ପ୍ରଶାସନର 144 ଧାରରୁ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ବାଲିମାଫିଆମାନେ
ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧୀନରେ ଥିବା ଦେହୁଡି ଆନନ୍ଦପୁର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବୈତରଣୀ ନଦୀରୁ ବେଆଇନି ଟ୍ରିପି ଟ୍ରିପି ବାଲିଚୋରାଚାଲାଣ ହେଉଥିବା ବେଳେ ବାରମ୍ବାର ଅଭିଯୋଗ ପରେ | ନଦୀରୁ ବାଲିଚୋରି ରୋକିବା ଲାଗି ଭଦ୍ରକ ଉପଜିଲ୍ଲାପାଳ ଲଗାଇଥିବା 144 ଧାରାକୁ ବାଲିମାଫିଆ ମାନୁନାହାନ୍ତି |

ଏଠି ପ୍ରଶାସନ ଚୁପ ବସିଛନ୍ତି ବାଲି ମାଫିଆ ବୈତରଣୀ ନଦୀରୁ ଅହରହ ବାଲି ଚୋରି କରୁଛନ୍ତି | ଭଦ୍ରକ ଉପଜିଲ୍ଲପାଳ ଧାମନଗର ତହସିଲ ଅଧୀନସ୍ଥ ବୈତରଣୀ ନଦୀ ଯେଉଁ ସବୁ ବାଲିଘାଟରେ 144 ଧାରା ଲାଗୁ କରୁଛନ୍ତି | ସେ ନିୟମକୁ ଫୁ କରି ବାଲି ଉଠାଉଛନ୍ତି | ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ଦାବି କରାଯାଇଛି
