ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିଶୀ ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳ କର୍ମୀ ବୈଠକ ହୋଇଥିଲା

ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିଶୀ ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳ କର୍ମୀ ବୈଠକ ହୋଇଥିଲା । ଏହି କର୍ମୀ ବୈଠକ ରେ ପୂର୍ବତନ ସାଂସଦ ଶ୍ରୀ ରବିନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କର୍ମୀ ବୈଠକ ରେ ପୂର୍ବତନ ସାଂସଦ ଶ୍ରୀ ଜେନା କହିଥିଲେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଷଷ୍ଠ ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଏବଂ ତାଙ୍କର ଜନ ହିତକର ଯୋଜନା କୁ ଲୋକଙ୍କ ପାଖରେ ପହଞ୍ଚାଇବା। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ମାଆ ମାନଙ୍କୁ ଆଗକୁ ନବା, ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମ ରେ ମହିଳା ମାନଙ୍କୁ ଦଶ ଲକ୍ଷ୍ୟ ଟଙ୍କା ଏବଂ ପୁରୁଷ ମାନଙ୍କୁ ପାଞ୍ଚ ଲକ୍ଷ୍ୟ ଟଙ୍କା ଏବଂ ଷାଠିଏ ବର୍ଷ ର ବୃଦ୍ଧ ବୃଦ୍ଧା ଙ୍କୁ ମଧୁ ବାବୁ ଯୋଜନା ରେ ଏକ ହଜାର ଟଙ୍କା ଭତ୍ତା ଯୋଗାଇ ଦେବା ମୁଖ୍ୟମନ୍ତ୍ରୀ ଙ୍କ ବହୁ ଯୋଜନା ସାଧାରଣ ଲୋକଙ୍କ ପାଇଁ କରିଛନ୍ତି ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ ଏବଂ ତାଙ୍କ ଉପସ୍ଥିତି ରେ ରାଧାକୃଷ୍ଣ ନନ୍ଦୀ, ଚନ୍ଦନ ନନ୍ଦୀ ସପରିବାରେ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳ ରେ ସାମିଲ ହେଲେ। ଏହି ବୈଠକରେ ପୂର୍ବତନ ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ଦାସ, ବାଲେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ରଞ୍ଜନ ଧଳ, ବରିଷ୍ଠ ବିଜେଡି ନେତା ରବୀନ୍ଦ୍ର ସାହୁ, ନରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *