ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତା

କଳିଙ୍ଗ ବଡିବିଲଡିଙ୍ଗ ଫିଟନେସ ଆସୋସିଏସନ ଓ ୱାର୍ଲଡ ଫିଟନେସ ଫେଡେରେସନର ମିଳିତ ସହଯୋଗୀତା ରେ ବଲାଙ୍ଗୀରରେ ଅନୁଷ୍ଠିତ ହେଉଥିବା ଇମ୍ପରିଆଲ କ୍ଲାସିକ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଭିର୍ନ ବର୍ଗରେ ପୁରୀ ଲିଜେଣ୍ଡ ଜିମ ହାତେଇଛି 3 ଟି ମେଡାଲ । ପୁରୁଷ ବେଷ୍ଟ ଫିଟନେସରେ ଏସ କେ ସାହିଲ ଗୋଲଡ଼ ହାତେଇ ଥିବା ବେଳେ 60କେଜି ସୁନ୍ଦର ସ୍ୱାସ୍ଥ୍ୟରେ ଏସ ଶିବା ରେଡି ରୌପ୍ୟ ଓ 75କେଜି ରେ ସୋମନାଥ ଜାଲି କାଂସ୍ୟ ପଦକ ହାତେଇଛନ୍ତି । ଏବଂ 65କେଜିରେ ଶିବପ୍ରସାଦ ମହାପାତ୍ର ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ତେବେ ପୁରୀରେ ଖେଳାଳି ମାନେ ପହଂଚିବା ପରେ କଳିଙ୍ଗ ବଡିବିଲଡିଙ୍ଗ ଫିଟନେସ ଆସୋସିଏସନର ଚିଫ ପାଟର୍ନ ଗୌରୀଶଙ୍କର ସିଂହାରୀ,ସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତି,କୋଷାଧକ୍ଷ ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *