ଭଦ୍ରକ ବିଧାୟକ ଶିତାଂଶୁ ଶେଖର ମହାପାତ୍ର DEO ଙ୍କୁ ଫୋନ ମାଧ୍ୟମ ରେ ନିଦ୍ଦେର୍ଶ

ଆଜି ଭଦ୍ରକ ବିଧାୟକ ଅଣ୍ଡାଇପଲ୍ଲି ଗ୍ରାମ ପଞ୍ଚାୟତ ଗସ୍ତ ସମୟରେ ହଠାତ୍ ଅଣ୍ଢାଇପଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି, ବିଦ୍ୟାଳୟର ପ୍ରମୁଖ ସମସ୍ୟା ୨ ଟି କ୍ଲାସରେ ଏକ ମାତ୍ର ଶିକ୍ଷକ। ବିଦ୍ୟାଳୟରେ ଶିକ୍ଷକ କମ୍ ଥିବାରୁ ସଙ୍ଗେ ସଙ୍ଗେ DEO ଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହୋଇ ଯଥା ଶୀଘ୍ର ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସେହିଭଳି ପଞ୍ଚାୟତ ରେ ଥିବା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ମଧ୍ୟାହ୍ନ ଭୋଜନ ର ଖାଦ୍ୟ ଯାଞ୍ଚ କରିବା ସହିତ ସ୍ଥିତ ଅନୁଧ୍ୟାନ କରିଥିଲେ । ବିଧାୟକ ଙ୍କର ଏହିଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟି ଥିଲେ ।

Leave a Reply

Your email address will not be published. Required fields are marked *