ଅହେତୁକ ଦରଦାମ ବୃଦ୍ଧିରେ ଭଦ୍ରକ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦିନକୁ ଦିନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧି ହେବା କାରଣ ରୁ ସଧାରଣ ଲୋକଙ୍କ ଉପରେ ପଡିଛି ଚଡକ । ପେଟ୍ରୋଲ, ଡିଜେଲ , ଗ୍ୟାସ, ଖାଇବା ତେଲ ଆଦି ଦର ଆକାଶ ଛୁଆଁ । ପେଟ୍ରୋଲ , ଡିଜେଲ ୧୦୦ ପାର କରିଥିବା ବେଳେ ଗ୍ୟାସ ୧୦୦୦ ପାର, ଖାଇବା ତେଲ ୨୦୦ ପାର , ଏମିତି ନିତ୍ୟବ୍ୟଭର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ହେବା ଫଳରେ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଜି ଶାସକ ଦଳ ପକ୍ଷରୁ ଆଜି ଭଦ୍ରକ ବିଜେଡି ମହିଳା ପକ୍ଷରୁ ଆଜି ଏକ ଶୋଭାଯାତ୍ରା ସ୍ଥାନୀୟ ଗାନ୍ଧିପଡ଼ିଆ ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରତିବାଦ କରି ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।ଏହି ଧାରଣା ଓ ପ୍ରତିବାଦ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ ଓ ବହୁ ମହିଳା ନେତୃ ମଣ୍ଡଳ ଙ୍କ ସମେତ ବହୁ ମହିଳା କର୍ମୀ ସାମିଲ ହୋଇ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ।

ରିପୋର୍ଟ- ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *