ମହିଳା ବିଜେଡି ପ୍ରୋଟେଷ୍ଟ
ତୈଳ ଓ ଇନ୍ଧନ ଗ୍ୟାସର ଦରବୃଦ୍ଧି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ପୁରୀ ବିଜେଡି ମହିଳା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ବିଜେଡି ମହିଳା ଶାଖାର ଶତାଧିକ ସଦସ୍ୟ ଧାରଣା ଦେବାସହ କେନ୍ଦ୍ର ସରକାର ଏଭଳି ବାରମ୍ବାର ଦରବୃଦ୍ଧିରୁ କ୍ଷାନ୍ତ ରହିବାକୁ ନିଵେଦନ କରିଛନ୍ତି। ଏହି ସମୂହ ପ୍ରତିବାଦ କାର୍ଯ୍ୟକ୍ରମରେ ମହିଳା ମାନେ ସାମିଲ ହୋଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଚେତାବନୀ ଦେଇଛନ୍ତି। ଆବଶ୍ୟକ ହେଲେ ଦିଲ୍ଲୀରେ ଯାଇ ମହିଳା ମାନେ ଆନ୍ଦୋଳନ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
