ଭଦ୍ରକ ଶ୍ରୀରାମ ନବମୀ ଗୈରିକମୟ ଚତୁର୍ଦ୍ଦିଗ ଚଳଚଞ୍ଚଳ
ରାମ ,,,ସିୟାରାମ,,ଜୟ ଜୟ ଶ୍ରୀରାମ ଧ୍ବନି ରେ କମ୍ପୁଛି ଭଦ୍ରକ ସାରା ସହରରେ | ଲାଗିଛି ଡାକବାଜି, ଗୈରିକମୟ ହୋଇଯାଇଛି ଚତୁର୍ଦ୍ଦିଗ । ପ୍ରଭୁ ଶ୍ରୀରାମ,, ପରମଭକ୍ତ ହନୁମାନ ଭ୍ରାତା ଲକ୍ଷ୍ମଣ ଓ ମାତା ସୀତା ଙ୍କ ଚିତ୍ର ରେ ସଜେଇ ହୋଇଛି ସହର ସମେତ ଆଖପାଖ ଅଞ୍ଚଳ | ଏଥର ଶ୍ରୀରାମ ନବମୀ ଉତ୍ସବ ର ଚମକ ପୂର୍ବ ବର୍ଷ ଅପେକ୍ଷା ଅଧିକ ବୋଲି ପ୍ରତୀୟମାନ ହେଉଛି l

ସାଜସଜ୍ଜା ସାଙ୍ଗ କୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ଚଳଚଞ୍ଚଳ ହୋଇଛି ଭକ୍ତ ପ୍ରଶାସନ ଏବଂ ଭଦ୍ରକ ଶ୍ରୀରାମ ଯଜ୍ଞ ସମିତି । ସ୍ଥାନୀୟ ଗାନ୍ଧୀ ପଡିଆ ରେ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି । ନୃତ୍ଯ ସଂଗୀତ ରେ କୁନିକଳାକାର ଭାଗ ନେଉଛନ୍ତି । ପଡିଆ ରେ ଖୋଲିଥିବା ମୀନାବଜାର ବହୁତ ଭିଡ ରହିଥିଲା ।,
