ଗଛରେ ପିଟି ହେଲେ ବାଇକ୍, ବାଇକ୍ ଚାଳକ ଗୁରୁତର
କାମାକ୍ଷାନଗର :- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗାଁ ନିକଟରେ ଗଛରେ ପିଟି ହେଲା ବାଇକ୍, ବାଇକ୍ ଚାଳକ ଗୁରୁତର ।ଗୁରୁତର ଜଣଙ୍କ ହେଉଛନ୍ତି କାମାକ୍ଷାନଗର ଦେଉଲ ସାହି ର ମାନସ ନାୟକ। ସୂଚନା ମୁତାବକ ମାନସ ଭୋଜି ସାରି ଏକ ବାଇକ୍ ରେ ନିଜ୍ ଘରକୁ ଫେରୁଥିବା ବେଳେ, ପଦ୍ମ ପୋଖରି ଗାଁ ନିକଟରେ ଅସବାଧନତା କାରଣ ରୁ ବାଇକ୍ ଟି ଏକ୍ ଗଛରେ ପିଟି ହୋଇଯାଇଥିଲା। ଫଳରେ ସେ ଗୁରୁତର ଭାବେ ଖସି ପଡି ଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ତେବେ ବର୍ତ୍ତମାନ୍ ତାଙ୍କ ଅବସ୍ଥା ସ୍ଵାଭାବିକ୍ ଥିବା ଜଣାପଡ଼ିଛି।
ରିପୋର୍ଟର :-ପ୍ରକାଶ କୁମାର ପାତ୍ର।
