ମଙ୍ଗଳା ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର ବାଜିମାତ ଅଳକାନଦା ହେଲେ ଛାତ୍ର ସଂସଦ ସଭାପତି

କାକଟପୁର, ୧୫.୧୦- ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଗୁରୁବାର ପରିସମାପ୍ତି ଘଟିଛି। କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରି ବାଜିମାତ କରିଛନ୍ତି। ବିଗତ ଦିନରୁ ଆଜିର ମତଦାନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହୋଇଥିଲା। କିନ୍ତୁ ଭୋଟ ଗଣତି ସମୟରେ ୪ ଜଣ ଅଣଛାତ୍ର କଲେଜରେ ପଶି ଭୋଟ ବାକ୍ସ ହଡ଼ପ କରିଥିଲେ। ଘଟଣାସ୍ଥଳରେ ମୂତୟନ ପୋଲିସ ଯୋଗୁଁ ସେମାନେ ବାକ୍ସ ନେବାରେ ବିଫଳ ହୋଇଥିଲେ। ଗୋଟେ ବାକ୍ସ ନେଇ ଫୋପାଡି ଦେଇଥିଲେ। ଯାହାକୁ ପୋଲିସ୍ ଅକ୍ତିଆର କରିଥିଲେ। କଲେଜରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇଥିଲା। ଭିତରେ ଛାତ୍ର ଛାତ୍ରୀ ଙ୍କ ସହିତ ବାହାରେ ସମର୍ଥକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ପୋଲିସ ଅଧିକାରୀ ଓ ପ୍ରଶାସନ ପହଞ୍ଚି ନିୟନ୍ତ୍ରଣ କରିଥିଲେ। ରାତ୍ରି ୯ ଘଟିକା ପରେ ମଧ୍ଯ ଫଳାଫଳ ଘୋଷଣା କରିନଥିଲେ। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଛାତ୍ରଛାତ୍ରୀଙ୍କ ସମେତ ସମର୍ଥକ। ପରିଶେଷରେ କଲେଜ କର୍ତୃପକ୍ଷଙ୍କ ସହ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ବିଡ଼ିଓ ନାରାୟଣ ଦିକ୍ଷୀତ, ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର ଓ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ପୋଲିସ୍ ଅଧିକାରୀ ଓ କଲେ କର୍ତ୍ତୃପକ୍ଷ ଆଲୋଚନା ପରେ ଫଳାଫଳ ଘୋଷଣା କରିଥିଲେ। ଏଥିରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ବାଜିମାତ କରିଥିଲେ। ଛାତ୍ର ସଂସଦ ସଭାପତି ଭାବେ ଅଳକାନନ୍ଦା ବେହେରା, ଉପ ସଭାପତି ଭାବେ ସୋନୁ ନାୟକ, ସଧାରଣ ସମ୍ପାଦକ ଭାବେ ରୋନକ ଓଝା, ସହକାରୀ ସଧାରଣ ସମ୍ପାଦକ ଭାବେ ସିମ୍ରନ୍ ସୁବୁଦ୍ଧି ପ୍ରମୁଖଙ୍କ ସମେତ ଅନ୍ୟମାନେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ଯାହାକୁ ନେଇ କାକଟପୁରରେ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଜନତା ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *