ବିଜୁ ଜନତା ଦଳର ମିଶ୍ରଣ ପର୍ବ
କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଭୁବନ ବ୍ଲକ ର ମହୁଲପାଳ ପଞ୍ଚାୟତର ୫୦ ରୁ ଉର୍ଦ୍ଧ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। କାମାକ୍ଷାନଗର ବିଧାୟକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲକୁମାର ମଲ୍ଲିକଙ୍କ ଉପସ୍ଥିତିରେ ମହୁଲପାଳ ପଞ୍ଚାୟତରୁ ୫୦ ରୁ ଉର୍ଦ୍ଧ ଲୋକ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି। ଏଥିରେ ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଧର୍ମାନନ୍ଦ ପରିଡା,ମଙ୍ଗାତଲାଲ କଟାରୁକା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
