ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

:ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି।ଆଜି ସକାଳ ୮ ଘଟିକା ସମୟରେ ଧର୍ମଶାଳା ଭବନ ପରିସରରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିବା ସହିତ ଛାତ୍ର ଜୀବନରେ କିପରି ବିଜୁ ବାବୁ ଙ୍କ ସଂସ୍ପର୍ଶରେ ଆସିଥିଲେ ତାହା ବର୍ଣ୍ଣନା କରିଥିଲେ ଏବଂ ସେହି ବିଜୁ ବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ କୁ ଧର୍ମଶାଳା ର ଜନ ସାଧାରଣ ସର୍ବାଧିକ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ୩ୟ ଥର ପାଇଁ ଧର୍ମଶାଳା ବାସୀଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେବା ସହିତ କିଭଳି ସସକ୍ତ ସମୃଦ୍ଧ ସ୍ଵାଭିମାନୀ ନବୀନ ଓଡ଼ିଶା ଗଠନ କରିବାପାଇଁ ସମସ୍ତେ ଚେଷ୍ଟିତ ହେବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ ।ଏହି ସ୍ମୃତି ଚାରଣ ସଭାରେ ଅନେକ ବରିଷ୍ଠ କର୍ମଚାରି ଯୋଗ ଦେଇ ବିଜୁ ବାବୁଙ୍କ ସହ ବିତାଇ ଥିବା ମୁହୁର୍ତ ବର୍ଣ୍ଣନା କରିଥିଲେ।ଏହି ସଭାରେ ଧର୍ମଶାଳା ବ୍ଲକ୍ ର ବିଜୁ ଜନତା ଦଳ ସଭାପତି ଜଳ ଧର ମହାନ୍ତି ସଭାପତିତ୍ବ କରିଥିଲାବେଳେ ଧର୍ମଶାଳା ପଂଚାୟତ ସମିତି ର ଅଧକ୍ଷ ପ୍ରଭାତ କୁମାର ବଳ ବନ୍ତ ରାୟ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଆଗାମୀ ୨୪ ନିର୍ବାଚନରେ କିଭଳି ସର୍ବାଧିକ ବ୍ୟବଧାନରେ ବିଜୁ ଜନତା ଦଳ କୁ ବିଜୟ କରିବା ତାହା ଉପରେ ଆଲୋଚନା କରିଥିଲେ ଏହି ସଭାରେ ୪୫ଗୋଟି ପଂଚାୟତ ନିର୍ବାଚିତ ପ୍ରତିନିଧି,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ବିଜୁ ଜନତା ଦଳ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *