ବିନାୟକ ବିଦ୍ୟା ମନ୍ଦିର ୧୩ତମ ବାର୍ଷିକ ଉତ୍ସବ
ପୁରୀ – ତା୦୩/୦୨ମଧୁବନ ଦ୍ୱିତୀୟ ଗାଳି ସ୍ଥିତ ବିନାୟକ ବିଦ୍ୟା ମନ୍ଦିରର ୧୩ତମ ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ପରିଡା, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ଦାଶ, ଶିକ୍ଷା ବିକାଶ ପରିଷଦର ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ, ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସି. ଅର. ସିସି ଅନିତା ମିଶ୍ର ପ୍ରମୁଖ ବରଣ୍ୟ ଅତିଥି ରୂପେ ମଞ୍ଚାସିନ ଥିଲେ। ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂଯୁକ୍ତା ପ୍ରଧାନ।

ଏହି ଅବସରରେ ବ୍ରହ୍ମାନନ୍ଦ ଦାଶ, ପ୍ରଭାତୀ ମହାପାତ୍ର, ରାଜକିଶୋର ସାହୁ, ରାଧାଶ୍ୟାମ ପଟନାୟକ, ପୁଷ୍ପା ପଣ୍ଡା, ନୃତ୍ୟ ଗୁରୁ ଦୁର୍ଗାପ୍ରସାଦ ପାଣ୍ଡେ, ସଂଗୀତ ଗୁରୁ ପ୍ରଦୀପ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅତିଥିମାନେ ବିଦ୍ୟାଳୟର କୃତି ବିଦ୍ୟାର୍ଥୀ ତନୁଷ୍କା ନାୟକ, ବିଦ୍ୟାଶ୍ରୀ ସାହୁ, କ୍ରିୟାଶ୍ରୀ ସାମନ୍ତରାୟ, ବିଶ୍ଵାସ୍ମିତା ସାହୁ, ଅଂଶୁମାନ ଦାଶ, ବିଶ୍ଵରୂପା ପୃଷ୍ଟି, ପ୍ରଭୁ ପ୍ରସାଦ ମହାନ୍ତି, ସୌମ୍ୟଜିତ ବେହେରା, ଅଂଶୁମାନ ନାୟକ, ରୁଦ୍ରପ୍ରସାଦ ମିଶ୍ର, ଓମ ପ୍ରସାଦ ବେହେରା, ଓମ ପ୍ରକାଶ ମହାରଣା, ବିଷ୍ଣୁ ପ୍ରସାଦ ବାଇ, ପ୍ରିୟଦର୍ଶିନୀ ସ୍ୱାଇଁ, ରାନୀ ରାଉଳ, ଶ୍ରୀୟାଶ୍ରୀ ପଣ୍ଡା, ସୂର୍ଯ୍ୟନାରାୟଣ ମୁଦୁଲି, ସୁସ୍ମିତା ରାଣୀସିଂ, ଶୁଭଲକ୍ଷ୍ମୀ ମୁଦୁଲିଙ୍କୁ ପୁରସ୍କାର ପ୍ରମାଣ ପତ୍ର ବିତରଣ କରିଥିଲେ। ଉତ୍ସବରେ ଉଦବୋଧନ ଦେଇ ଅତିଥିବୃନ୍ଦ ବିଦ୍ୟାଳୟରେ ବିଦ୍ୟର୍ଥୀମାନେ ଶୃଙ୍ଖଳାଜ୍ଞାନ ଶିକ୍ଷା କରିବା ସହ ନିଜକୁ ସରସ ସୁନ୍ଦର କରି ଗଢି ତୋଳିବାର ପ୍ରଚେଷ୍ଟା କରିବାକୁ କହିଥିଲେ। ସଭାପର୍ବ ପରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମନୋଜ୍ଞ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ବହୁ ଦର୍ଶକ, ଅଭିଭାବକ ଏହାକୁ ମନ ଭାରି ଉପଭୋଗ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ବିକାଶ ଦତ୍ତ। ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
