ବିଜେଡ଼ି ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୧୦ ପୁଣ୍ୟ ଜୟନ୍ତୀ ପାଳନ

ବିଜେଡ଼ି ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୧୦ ପୁଣ୍ୟ ଜୟନ୍ତୀ ପାଳନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ପ୍ରତ୍ୟେକ ଓଡ଼ିଆଙ୍କ ସ୍ବାଭିମାନ ର ସୁଯୋଗ୍ୟ ବିନ୍ଧାଣି ପ୍ର ବାଦ ପୁରଷ , ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ବିଜେଡ଼ି ଛାତ୍ରଯୁବକ ମହିଳାପକ୍ଷରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଟାଉନହଲ‌ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବ ବିଜେଡ଼ି ପକ୍ଷରୁ ନୂଆ ବସଷ୍ଟାଣ୍ଡ ଠାରୁ ଶତାଧିକ ଯୁବକଙ୍କ ବାଇକ ରାଲି କରାଯାଇ ବ୍ଲକ ଛକ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଶତାଧିକ ଯୁବ ବିଜେଡ଼ି କର୍ମୀଙ୍କ ସୁଜିତ ବେହେରାଙ୍କ ନେତୃତ୍ବରେ ଗହଣରେ ନିମାପଡ଼ା- ଗୋପ ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ଶିକ୍ଷାବିତ ସୁବ୍ରତ ଛାଟୋଇ ବିଜୁ ବାବୁଙ୍କ ସହ ଦଳୀୟ ନେତାମାନେ ମାଲ୍ୟାର୍ପଣ କରିଥିଲେ। ଟାଉନହଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ନିମାପଡ଼ା ଏନ.ଏ.ସି ଅଧ୍ୟକ୍ଷ ସସ୍ମିତା ସାହୁ, ବ୍ଲକ ବିଜେଡ଼ି ସଭାପତି ଭାଗ୍ୟଧର ଖଟେଇ, ଏନ.ଏ.ସି ସଭାପତି ଧନୁର୍ଦ୍ଧର ଦାସ, ପୁରୀ ଜିଲା ମହିଳା ସଭାପତି କସ୍ତୁରିବାଳା ସ୍ବାଇଁ, ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ର, ଜିଲାପରିଷଦ ସଭ୍ୟ କୁଞ୍ଜଲତା ସାମଲ, ରବିନ୍ଦ୍ର ମଲିକଓ ସସ୍ମିତା ନାୟକ , ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ଝୁନୁ ବାଳା ମଲିକ ଯୋଗ ଦେଇ ବିଜୁ ବାବୁଙ୍କ ପୁଣ୍ୟ ଜୟନ୍ତୀରେ ଗଭୀର ଶ୍ରଦ୍ଦଞଳି ଜଣାଇଥିଲେ। ବିଜୁ ଜୟନ୍ତୀ ପାଳନ ଅବସରରେ ବ୍ଲକ ସଭାପତି ଭାଗ୍ୟଧର ଖଟେଇ,ଏନ.ଏ.ସି ସଭାପତି ଧନୁର୍ଦ୍ଧର ଦସ, ଜିଲାମହିଳା ସଭାପତି କସ୍ମତୁରୀ ବାଳା ସ୍ବାଇଁ ଏବଂ ଯୁବ ବିଜେଡ଼ି ସଭାପତି ଉମା ସୈାମେନ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *