ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ତରଫରୁ ବିକ୍ଷୋଭ




କାମାକ୍ଷାନଗର,୨୩.୧୧.୨୦୨୧ – ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାସଂଦ ମହେଶ ସାହୁ ଯୋଗଦେଇ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ସ୍ବର ଉଠାଇବା ସହ ରନ୍ଧନଗ୍ୟାସ ଦର ବୃଦ୍ଧି ଫଳରେ ମା’ମାନେ କିପରି ହନ୍ତସନ୍ତ ହେଉଛନ୍ତି ତାହା ବକ୍ତବ୍ୟରେ କହିଥିଲେ।କେନ୍ଦ୍ରର ନେତୃତ୍ୱାଧିନ ମୋଦୀ ସରକାରଙ୍କ ଆର୍ଥିକ ପରିଚାଳନାଗତ ତୃଟି ଯୋଗୁଁ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ଉଜ୍ୱଳା ଯୋଜନାର ଅସଫଳତା ପ୍ରରିବାଦରେ ଏହି ବିକ୍ଷୋଭ କରାଯାଇଥିଲା।ପାଞ୍ଚବର୍ଷ ପୂର୍ବେ ରନ୍ଧନ ଗ୍ୟାସ ସିଲିଣ୍ଡରର ମୁଲ୍ୟ ୫୪୯ ଟଙ୍କା ୬୯ ପଇସା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି। ଭାରତରେ ଏତେ କମ ସମୟ ମଧ୍ୟରେ ରନ୍ଧନ ଗ୍ୟାସ ଦର ୭୦ ପ୍ରତିଶତ ବୃଦ୍ଧି ପାଇବା ଏହା ଏକ ସର୍ବକାଳୀନ ରେକର୍ଡ।ଏଭଳି ପରିଣାମକୁ ସମଗ୍ର ରାଜ୍ୟବାସୀ ଆଜି ଭୋଗ କରୁଛନ୍ତି ବୋଲି ସେ କହିଥିଲେ। ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତାକୁ ନେଇ ଆଗାମି ଦିନରେ ଏହି ବିକ୍ଷୋଭ କରାଯିବା ନେଇ ଦଳ ତରଫରୁ କୁହାଯାଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *