ବିଜେଡିର ପ୍ରତିବାଦ ସଭା ଓ ବିକ୍ଷୋଭ
କାମାକ୍ଷାନଗର,୨୩/୧୧/୨୧– କେନ୍ଦ୍ର ସରକାରଙ୍କ ବିରୋଧରେ ଦେଲେ ନାରାବାଜି।ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦେଲେ ଦାବି ପତ୍ର।ପ୍ରେଟୋଲ ଜିଡେଲ ଦର ବୃଦ୍ଧି ପରେ ଏବେ ରନ୍ଧନ ଗ୍ୟାସ ଦରବୃଦ୍ଧି ପାଇଁ ବିକ୍ଷୋଭ। ମହିଳା ବିଜୁଜନତାଦଳ ଢେଙ୍କାନାଳ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୟରେ ଆଜି ଅଭିନବ ଉପାୟରେ ପ୍ରତିବାଦ କଲେ ବିଜୁ ମହିଳା ଜନତାଦଳ ।ଗ୍ୟାସ ବଦଳରେ ଚୁହ୍ଲିରେ ରୋଷେଇ କଲେ ମହିଳା କର୍ମୀ । ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା,ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆଜି ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ। ସଦର ବ୍ଲକ କାର୍ଯ୍ୟକ୍ରାଳୟରୁ ଏକ ସୋଭାଯାତ୍ରାରେ ବାହାରି ମୁନିସିପାଲିଟ ଅଫିସରେ ପହଞ୍ଚି ମୁନିସିପାଲିଟ ଅଧିକାରିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ରନ୍ଧନ ଗ୍ୟାସ ଦିନକୁ ଦିନ ବୃଦ୍ଧି ପାଉଥିବା ବିଜେପି ଦଳ କାରଣ ବୋଲି ଅଭିଯୋଗ କରିଛନ୍ତି। ଏହି ଗଣଧାରଣା ସଭାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ମହିଳା ଓ ପୁରୁଷ କର୍ମୀ ଉପସ୍ଥିତ ରହିଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
