ଫୁଲବାଣୀ ପୌରପରିଷଦ ରେ ନିର୍ଦ୍ଧିଷ୍ଟ ୬୪ ଘର ଭଙ୍ଗା ଯିବାକୁ ବିରୋଧ କରିବ ବିଜେଡ଼ି ।

ଫୁଲବାଣୀ ତା,୧୯/୦୧ କନ୍ଧମାଳ ଜିଲ୍ଲା ଏକ ଅନୁସୂଚିତ ଜନଜାତି (ଆଦିବାସୀ) ଓ ଅନୁସୂଚିତ ଜାତି ବହୁଳ ଜିଲ୍ଲା । ଯେଉଁ ଜିଲ୍ଲାରେ ହିଁ ସରକାରଙ୍କ ବିନା ଅନୁମତିରେ କୌଣସି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ ଜମି ବିକ୍ରି କରାଯାଇପାରିବ ନାହିଁ କି ଅନ୍ୟତ୍ର ହସ୍ତାନ୍ତର କରାଯାଇ ପାରିବ ନାହିଁ । ଅନୁସୂଚିତ ଜାତିଙ୍କ ସଂଖ୍ୟାନୁପାତରେ ବାସଗୃହ ନିର୍ମାଣ କରିବାକୁ ସେମାନଙ୍କ ପାଖରେ ଜାଗା ନାହିଁ କି ଆଦିବାସୀ ସେମାନଙ୍କ ଜାଗା ବିକ୍ରି କରିପାରିବେ ନାହିଁ ଯାହା ଫଳରେ ଆଜକୁ ୩୦/୪୦ ବର୍ଷରୁ ଉର୍ଦ୍ଧହେବ ଜନସାଧାରଣ ବାଧ୍ୟ ହୋଇ ସରକାରଙ୍କ ଜାଗାରେ ଜବର ଦଖଲ କରି ବାସଗୃହ ନିର୍ମାଣ କରି ନିଜ ପରିବାର ଧରି ଛୋଟ ମୋଟ ବେପାର ବଣିଜ କରି ଜୀବନଯାପନ କରିଆସୁଛନ୍ତି। ତାହା ସର୍ବୋପରି ଫୁଲବାଣୀ ପୌରପରିଷଦ ଅଞ୍ଚଳରେ ସରକାର ମଧ୍ୟ ସେମାନଙ୍କ ଠାରୁ ଜବରଦଖଲ ମାମଲା ରୁଜୁ କରି ବାର୍ଷିକ ହଜାର ହଜାର ଟଙ୍କା ଜୋରିମାନା କରି ରାଜସ୍ବ ଆଦାୟ କରୁଛନ୍ତି |ପ୍ରତ୍ୟେକ ପରିବାର ପୌର ପରିଷଦ ହୋଲଡିଂ ଟାସ୍କ, ପାଣି ବିଲ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ବିଲ୍ ମଧ୍ଯ ଜନସାଧାରଣଙ୍କ ଠାରୁ ରାଜସ୍ବ ବିଭାଗ ଓ ପୌରପାରିଷଦ ତରଫରୁ ଆଦାୟ କରାଯାଉଛି। ପୌର ପରିଷଦ ପ୍ରତ୍ୟେକ ବସ୍ତିଙ୍କୁ ରାସ୍ତା, ଡ୍ରେନ୍ ନିର୍ମାଣ,ଅଙ୍ଗନୱାଡି କେନ୍ଦ୍ର, ଶିଶୁ ଉଦ୍ୟାନ, କଲ୍ୟାଣ ମଣ୍ଡପ ଏପରି ଅନେକ ଯୋଜନା କରି ସେବା ଯୋଗାଇ ଆସୁଥୀବା ବେଳେ ପ୍ରଶାସନ ଘର ଭଙ୍ଗା ନୀତିକୁ ପଦାରେ ପକାଇ ଦେଇଛି। ତତ୍କାଳୀନ ନବୀନ ସରକାର ସମୟରେ ଉଷା ସର୍ଭେ , ଜାଗା ମିଶନ , ବସୁନ୍ଧରା ଯୋଜନା ମାଧ୍ୟମରେ ବାସଗୃହ ନିମନ୍ତେ ପଟ୍ଟ। ପ୍ରଦାନ କରିବା ଆରମ୍ଭ କରିଥିଲେ । ଏବଂ ବହୁ ଗରିବ ଜନସାଧାରଣଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା ତଦ୍ୱାରା ଜନସାଧାରଣ ନିଶ୍ଚିନ୍ତରେ ଶାନ୍ତିରେ ଜୀବନଯାପନ କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ସରକାର ସମୟରେ ପୌରପରିଷଦ ଓ ବ୍ଳକ ମାନଙ୍କରେ ଥୀବା ଜବରଦଖଲ ଜାଗାରେ ବାସଗୃହ ନିର୍ମାଣ କରି ବର୍ଷ ବର୍ଷ ଧରି ରହି ଆସୁଥିବା ପ୍ରାୟ ୧୭୦୦ ପରିବାରଙ୍କୁ ଫୁଲବାଣୀ ତହସିଲଦାର ନୋଟିସ ଗୁଡିକ ଜନସାଧାରଣ ବୋଝ ଉପରେ ନଳିତା ବିଡା ହେବା ସହିତ ସରକାରଙ୍କ ଘରଭଙ୍ଗା କାର୍ଯ୍ୟକ୍ରମ ସମସ୍ତଙ୍କର ନିଦ ହଜାଇ ଦେଇଛି । ସାଧାରଣ ଜନତା,ଶ୍ରମିକ, ବ୍ୟବସାୟୀ, ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ କକୁଆ ଭୟ ଦେଖାଦେଇଛି, ଏମିତିକି ଛାତ୍ରଛାତ୍ରୀ ମାନଙ୍କ ଉପରେ ମାନସିକ ଚାପ ପଡିବା ସହିତ ପାଠପଢା ଉପରେ ମଧ୍ୟ କୁ ପ୍ରଭାବ ପକେଇଥିବା ଦେଖିବାକୁ ମିଳିଛି | ଏହାକୁ ଦୃଢ଼ ପ୍ରତିବାଦ କରି ବିଜୁ ଜନତା ଦଳ କନ୍ଧମାଳ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ବରେ ବିଜୁ ଜନତା ଦଳ କନ୍ଧମାଳ ଜନସାଧାରଣଙ୍କ ଘର ନ ଭାଙ୍ଗିବାକୁ ଏକ ପ୍ରତିବାଦ ଶୋଭାଯାତ୍ରା କରି ସରକାର ଙ୍କୁ ଏକ ଦାବୀ ପତ୍ର ଦେବା ସହିତ ବିଜେଡି ଏକ ଉଚ୍ଚ ସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ଗଠନ କରିଥିବା ଦେଖିବାକୁ ମିଳିଛି, ଉକ୍ତ କମିଟି ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି କାହିଁକି ଆଉ କେଉଁ ପରିସ୍ଥିତିରେ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତି ନେଇଥିଲା | ତାର ତଦନ୍ତ କରିବ ଓ ଜନସାଧାରଣ ଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଆବଶ୍ୟକ ସ୍ଥଳେ ଜିଲ୍ଲା ପ୍ରଶାସନ ଓ ସରକାର ବିରୁଦ୍ଧରେ ଆନ୍ଦୋଳନ କରିବ ବୋଲି ଜଣାପଡିଛି | ବିଜେଡି ର ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ରେ ବରିଷ୍ଠ ଆଇନ ଯିବି ଶ୍ରୀ ପ୍ରତାପ ପାତ୍ର ଅଧକ୍ଷ ଥିବାବେଳେ ସଦସ୍ୟ ଭାବେ ବରିଷ୍ଠ ଆଇନ ଜିବୀ ଶ୍ରୀଶିବପ୍ରସାଦ ତ୍ରିପାଠୀ, ଅସୀମ ପ୍ରହରାଜ, ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀ ଧିରେନ କୁମାର ପଟ୍ଟନାୟକ, ଓ ଉପସଭାପତି ଶ୍ରୀ ପ୍ରଦୀପ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ସତ୍ୟନାରାୟଣ ବେହେରା ଙ୍କୁ ମନୋନୀତ କରାଯାଇଥିବା ଜିଲ୍ଲା ସଭାପତି ଶ୍ରୀ ପଦ୍ମନାଭ ବେହେରା ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି । ଫୁଲବାଣୀ ମାଦିକୁନ୍ଦା ଛକ ଠାରୁ କିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମହାମହିମ ରାଜ୍ୟପାଳ ଓଡ଼ିଶା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେପଟେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀ ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ୨୦୧୭ ମସିହାଠାରୁ ଯେଉଁମାନେ ଘର କରି ରହି ଆସୁଛନ୍ତି ସେମାନଙ୍କର ଘର ଏବଂ ବିକାଶ କରିବା ନାଁରେ ପ୍ରାୟ ୬୪ ଘର ଭଙ୍ଗା ଯିବ ବୋଲି ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି । କମିଟି ଏହାର ମଧ୍ୟ୍ୟ ସମୀକ୍ଷା କରିବ, ଆଉ ପ୍ରଶାସନ କହିବା ପ୍ରକାରେ କେଉଁ କାରଣରୁ ୨୦୧୭ ମସିହା ପରେ ଘରଦ୍ୱାର କରି ରହୁଥିବା ଜନସାଧାରଣଙ୍କୁ କାହିଁକି ଓ କେଉଁ କାରଣରୁ ଵେଦଖଲ କରିବ, କାରଣ ୨୦୧୭ ମସିହା ପରେ ୮୦% ଲୋକାଲ ଲୋକ ସହରାଞ୍ଚଳ ର ବିଭିର୍ନ୍ନ ସ୍ଥାନରେ ଛୋଟ ମୋଟ ଘରଦ୍ୱାର କରି ବସବାସ କରୁଥିବା ଦେଖିବାକୁ ମିଳିଛି, ଏସବୁର ସତ୍ୟା ସତ୍ୟ ଉକ୍ତ ବିଜେଡି ର ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି ତଦନ୍ତ କରି ବିଜେଡି ଜିଲ୍ଲା କମିଟି ଓ ରାଜ୍ୟ ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପ ଟ୍ଟନାୟକ କୁ ପ୍ରଦାନ କରିବ ବୋଲି ସୂଚନା ମିଳିଛି, ଦେଖାଯାଉ ବର୍ତ୍ତମାନ ପରିସ୍ଥିତି ରେ ବିଜେଡି ଲୋକଙ୍କ ସ୍ୱାର୍ଥ ରକ୍ଷା କରିବାରେ କେତେ ସମର୍ଥ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ |

Leave a Reply

Your email address will not be published. Required fields are marked *