ଖୋଳଖାଳି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ

ବର୍ତ୍ତମାନ ନିର୍ବାଚନ କମିଶନରଙ୍କ ପଞ୍ଚାୟତ ନିର୍ବାଚନ ହେବା ନେଇ ଘୋଷଣାନାମା ହେଲା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି । ଏନେଇ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ଖୋଳଖାଳି ଗ୍ରାମପଞ୍ଚାୟତର ବଡଦାଣ୍ଡ ମଧ୍ୟଭାଗରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେପିର ପାଞ୍ଚଶହରୁ ଉର୍ଦ୍ଧ୍ବ କର୍ମୀ ଦଳତ୍ୟାଗ କରି ବିଜେଡି ତଥା ନବୀନ ସରକାରଙ୍କ ନୀତି ଆଦର୍ଶ ଏବଂ ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ହୋଇ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ଗୌଡ,ନାଏବ ସରପଞ୍ଚ ସଙ୍ଗୀତା ରଥଙ୍କ ସମେତ ପ୍ରାୟ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ନେଇ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ବ୍ଳକ ଅଧ୍ୟକ୍ଷ ମଦନ ଗୋପାଳ ଦୋରାଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ଥିଲେ । ଅନ୍ୟ ମଞ୍ଚାସୀନମାନଙ୍କ ମଧ୍ୟରେ ବୁଗୁଡା ବ୍ଳକ ଅଧ୍ୟକ୍ଷ ମାମୀ ସେନାପତି,ବ୍ଳକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ,ସଂସଦ ପ୍ରତିନିଧି କବିରାଜ ଗୌଡ,ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢୀ ଏବଂ ସମିତି ସଭ୍ୟ ବିବେକାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ଆଗାମୀ ନିର୍ବାଚନରେ ଖୁବ୍ ଭଲ ହେବ ବୋଲି ଆଶାବାଦୀ କରିଥିଲେ ।

ରିପୋର୍ଟ- ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *