ଭଦ୍ରକ ବିଦ୍ୟୁତ ବିଭାଗର ଦାଦାଗିରି ଉପଭୋକ୍ତାଙ୍କ ପାଇଁ କାଳ

ଭଦ୍ରକ :୨୮/୧୦:-:ଭଦ୍ରକ ବିଦ୍ୟୁତ ବିଭାଗ ଉପରେ ପ୍ରଶାସନର ଲଗାମ ନାହିଁ। ପୂର୍ବରୁ ଥିବା ନେସ୍କୋ ଏବେ ଟାଟା କଂପାନୀ ହୋଇଛି । କମ୍ପାନୀ ବଦଳିଲା ହେଲେ ଅଫିସର ସେହି ପୁରୁଣା ଦୁର୍ନୀତିଗ୍ରସ୍ତ ଅଛନ୍ତି। ସେମାନଙ୍କ ନାମରେ ଅନେକ ଅଭିଯୋଗ ଆସୁଥିବା ବେଳେ ବିନା ମୋଟା ଅଙ୍କର ବିଦ୍ୟୁତ ସଂଯୋଗ ମିଳୁନାହିଁ । ସହରରେ ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ ଓ ମାତ୍ରାଧିକ ବିଲ ଆସୁଥିବା ଅଭିଯୋଗ ମିଳୁଛି। ଲୋକଙ୍କୁ ବିନା ସୂଚନାରେ ବିଦ୍ୟୁତ ସେବା ବିଛିନ୍ନ କରାଯାଉଛି କାହା ନିର୍ଦେଶରେ । ଖାଲି ଗୋଟେ ଗାଡ଼ିରେ ପ୍ରଚାର ଚାଲିଛି ଟଙ୍କା ନଦେଲେ ଲାଇନ କଟାହେବ , ତାପରେ ବିଭାଗୀୟ ଅଫିସର ମାନଙ୍କ ତରଫରୁ ଜୋର ଜବରଦସ୍ତ ବିଲ ଆଦାୟ କରାଯାଉଛି । ଉପଭୋକ୍ତା ସମୟ ମାଗିଲେ ଶୁଣିବା ତ ଦୂରର କଥା ଅଧିକ ସମୟ ଦେବା ପାଇଁ ହାତଗୁଞ୍ଜା ମାଗୁଛନ୍ତି ସ୍କ୍ୱାର୍ଡ ରେ ଆସୁଥିବା ବାବୁମାନେ । ଏପରି ବିଭିନ୍ନ ଅନିୟମିତତା କୁ ନେଇ ଆଗକୁ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରିବା ଓ ଦୁର୍ନୀତିଗ୍ରସ୍ତ ଅଫିସର, କର୍ମଚାରୀଙ୍କୁ ହଟାଇବା ପାଇଁ ବିଭିନ୍ନ ସଙ୍ଗଠନ ସଜବାଜ କରୁଥିବା ସୂଚନା ମିଳିଛି। ବେଳ ଥାଉ ଥାଉ ସଜାଗ ନହେଲେ ଆଗକୁ ବିସ୍ପୋରକ ପରିସ୍ଥିତି ଉପୁଜି ପାରେ ,ଯାହାପାଇଁ ନିଜେ ବିଦ୍ୟୁତ ବିଭାଗ ଦାୟୀ ରହିବ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *