ବନ୍ତ ମଣ୍ଡଳରେ ବିଜେପିର କାର୍ଯ୍ୟକାରିଣୀ ବୈଠକ। ୱାର୍ଡ଼ ସ୍ତରରେ ସଙ୍ଗଠନ ବୃଦ୍ଧି ନେଇ ଆହ୍ୱାନ


ଭଦ୍ରକ, ୩୧/୭ – ବିଜେପି ବନ୍ତ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଛୟାଳସିଂ ପଞ୍ଚାୟତ ହାଟଡ଼ିହୀଠାରେ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ, ଆଗାମୀ ପଞ୍ଚାୟତ ନିର୍ବାଚନ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ରରେ ମୋଦୀ ସରକାର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଯୋଜନାମାନ କରି ଚାଲିଛନ୍ତି । ମାତ୍ର ରାଜ୍ୟରେ ଥିବା ସରକାର ପକ୍ଷପାତିତା କରି ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଯୋଗୁଁ କେନ୍ଦ୍ରିୟ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନାହିଁ । ତେଣୁ ୱାର୍ଡ଼ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ ଦେଇଥିଲେ । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଏହି ବ୍ଲକରେ କେନ୍ଦ୍ରିୟ ଯୋଜନାରେ ହେଉଥିବା ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ମୋଦୀ ସରକାରର ଜନକଳ୍ୟାଣକାରୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଉପ-ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ଓଡ଼ଙ୍ଗ ସରପଞ୍ଚ କିଶୋରକିଙ୍କର ପଢିଆରୀ ସ୍ଥାନୀୟ ସମସ୍ୟା ଓ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ନାୟକ, ସନାତନ ସାହୁ, ସୁଦର୍ଶନ ଦାସ, ଜିତେନ ନାଥ, ଲକ୍ଷ୍ମୀଧର ଖିଲାର, ରାଜେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ମହାନ୍ତି, ପ୍ରସନ୍ନ ଗିରି, ରାଜକିଶୋର ଦାସ, ଚଞ୍ଚଳା ଜେନା ଓ ଲିପିକା ଜେନା ପ୍ରମୁଖ ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ ବିଷୟରେ ମତ ବିନିମୟ କରିଥିଲେ । କାର୍ଯ୍ୟକ୍ରମରେ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ / ସଦସ୍ୟା, ଶକ୍ତିକେନ୍ଦ୍ର ପ୍ରମୁଖ/ସହ ପ୍ରମୁଖ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *