ଭଦ୍ରକ ଲୋକସଭା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ରର ଲୋକାର୍ପଣ
ଭଦ୍ରକ ବିଜେପି ଲୋକସଭା କାର୍ଯ୍ୟାଳୟରେ ମୋଦି ଗ୍ୟାରେଣ୍ଟି ସଂକଳ୍ପ ପତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଭଦ୍ରକ ଲୋକସଭା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଶ ବର୍ଷର ମୋଦିଙ୍କ ଦ୍ଵିତୀୟ ସଂକଳ୍ପ ଘୋଷଣା ପତ୍ରରେ ଅଧାରୁ ଅଧିକ ସଂକଳ୍ପ ପୁରଣ ହୋଇଥିବା ନେଇ ଆଲୋଚନା ହୋଇଥିଲା l

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ପ୍ରାର୍ଥୀ ସିତାଂଶୁ ଶେଖର ମହାପାତ୍ର, ଲୋକସଭା ପ୍ରଭାରୀ ବୈଦ୍ୟନାଥ ଚାଟାର୍ଜୀ, ବରିଷ୍ଠ ନେତା ଭଗଵାନ ପଣ୍ଡା, ବରିଷ୍ଠ ନେତା ମନୋରଞ୍ଜନ ମଲ୍ଲିକ, ଶଶିକାନ୍ତ ବିଶ୍ବାଳ, ରାଜ୍ୟ ମୁଖପାତ୍ର ବ୍ରଜକିଶୋର ମିଶ୍ର, ଦୂର୍ଗା ଚରଣ ନାୟକ ଓ ଅନ୍ୟ ବରିଷ୍ଠ ନେତୃତ୍ବ ଉପସ୍ଥିତିରେ ମୋଦି ଗ୍ୟାରେଣ୍ଟି ସଂକଳ୍ପ ପତ୍ର ଲୋକାର୍ପଣ କରାଗଲା ।
