କାମାକ୍ଷାନଗର ଓ ପରଜଙ୍ଗ ରେ ବିଜେପି ର ବାଜିମାତ


କାମାକ୍ଷାନଗର ଉପଖଣ୍ଡର କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପି ର ବାଜିମାତ ହୋଇଥିବା ବେଳେ ବିଜେଡିର ଶୋଚନୀୟ ପରାଜୟ ଘଟିଛି l କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା ୮୪ ହଜାର ୧୫ ୧ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ୭୯୫୩0 ଖଣ୍ଡ ଭୋଟ ପାଇଛନ୍ତି l ଶ୍ରୀ ଜେନା ୪୬୨୧ ଖଣ୍ଡ ଅଧିକ ଭୋଟ ପାଇଛନ୍ତି l ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ ୯୯ ହଜାର ୬୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ୩୧ ହଜାର ୩୬୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି l ଲୋକସଭା ରେ ରୁଦ୍ର ନାରାୟଣ ପାଣି ପରଜଙ୍ଗ ନିର୍ଵାଚନ ମଣ୍ଡଳୀ ରୁ ୯୮୫୭୩ ଖଣ୍ଡ ପାଇଥିବା ବେଳେ ଅବିନାଶ ସାମଲ ୬୮୮୪୧ ଭୋଟ ପାଇଛନ୍ତି l ସେହିପରି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶ୍ରୀ ପାଣି ୮୪୬୬୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାଥୀ ଶ୍ରୀ ସାମଲ ୭୪୫୮୯ ଖଣ୍ଡ ଭୋଟ ପାଇଥିବାର ଜଣା ଯାଇଚି l ତେବେ ପରିବର୍ତନ ସ୍ରୋତରେ ବିଜେଡି ର ଶୋଚନୀୟ ପରାଜୟ ହୋଇଥିବାର ସାଧାରଣରେ ଆଲୋଚନା ହୋଇଛି l

Leave a Reply

Your email address will not be published. Required fields are marked *