ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ

ଧର୍ମଶାଳା ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବହୁ ନେତା ଓ କର୍ମୀ
ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରେ ବିଜେଡି ଗଡ ଭାଙ୍ଗିବାରେ ଲାଗିଛି ।ପୂର୍ବରୁ ମଧ୍ୟ ବିଜେଡିର ବହୁ ଛାମୁହାଁ ନେତାମାନେ ବିଜେପି ରେ ଯୋଗଦେଇଛନ୍ତି ।ଜାରକା କୁମାରୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆଜି ଧର୍ମଶାଳା ର ୫ ଗୋଟି ଜୋନ ର ୫୪ଗୋଟି ପଞ୍ଚାୟତର ସହ ସହ ସଂଖ୍ୟାରେ ବିଜେଡି କର୍ମୀ
ମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।ବିଧାୟକ ହିମାଂଶୁ ଶେଖର ସାହୁ,ଜିଲ୍ଲାବିଜେପି ସଭାପତି ଦେବଜାନୀ ପ୍ରଧାନ ,ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଯାଜପୁର ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀମତୀ ରିତା ତରେଇ ଧର୍ମଶାଳା ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଶୁଚିସ୍ମିତା ସାହୁ ରସୁଲପୁର ବ୍ଲକ ଅଧକ୍ଷା ଅରୁଣ କୁମାର ରାଉତ ବରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ରମେଶ ଜେନା ବରିଷ୍ଠ ବିଜେପି ନେତା କାହ୍ଣୁ ଚରଣ ଦାସଓ ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର ସେମାନଙ୍କୁ ବିଜେପି ଦଳି ଅ ଉତ୍ତରୀୟ ଟୋପି ପିନ୍ଧାଇ ଦଳକୁ ପାଛୋଟି ନେଇଥିଲେ ।ବିଜେଡି ଗଡ କୁହାଯାଉଥିବା, ଯାଜପୁର ରେ ବିଜେପି କ୍ଷମତା କୁ ଆସିବା ପରେ ବିଜେଡି ର ଗଡ ଦୁର୍ବଳ ହେବାରେ ଲାଗିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ପ୍ରତି ଆସ୍ଥା ପ୍ରକଟ କରି ଅନ୍ୟ ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି l ଆଜି ଏହି ମିଶ୍ରଣ ପର୍ବରେ ରାଜ୍ୟଛାତ୍ର ବିଜେଡି ଉପସଭାପତି ସୋମ୍ୟପ୍ରକାଶ ବିଶ୍ୱାଳ ଯାଜପୁର ଜିଲ୍ଲା ବିଜେଡି ମହା ସଚିବ ଡ଼ ପ୍ରିୟନାଥ ମହାପାତ୍ର ଜିଲ୍ଲା ବିଜେଡି ସମ୍ପାଦକ ହୃଷିକେଶ ସାମଲ ବାରବାଟୀ ପଂଚାୟତ ବିଜେଡି ସଭାପତି ପ୍ରଶାନ୍ତ ସାହୁ କଦମ ପାଳ ସମିତି ସଭ୍ୟ ସମେତ ସହ ସହ ନେତା ଓ କର୍ମୀ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି

Leave a Reply

Your email address will not be published. Required fields are marked *