ପାରାଦ୍ୱୀପ ଠାରେ ବିଜେଡି ର କର୍ମୀ ସମ୍ମିଳନୀ
– ପାରାଦ୍ୱୀପ ସ୍ଥିତ ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ କର୍ମୀସମ୍ମିଳନୀ ଓ ସାଦର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ କୁମାର ବିଶ୍ବାଳଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଜେଡି ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ନୂତନ ଭାବେ ବିଜେଡି ରେ ଯୋଗ ଦେଇ ଥିବା ମୋନିଦୀପା ସେର୍ଖେଲ, ବିଜେଡି ମହିଳା ସଭାପତି ସବିତା ମହାପାତ୍ର, ବିଜେଡ଼ି ଜିଲ୍ଲା ଉପସଭାପତି ଜ୍ୟୋତିକାନ୍ତ ପରିଡା ପ୍ରମୁଖ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହି ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଗୀତାଞ୍ଜଳି ରାଉତରାୟ ବିପୁଳ ପରିମାଣରେ ବିଜୟ କରିବା ପାଇଁ ସଂକଳ୍ପ ନେଇ ଥିଲେ । ପାରାଦ୍ୱୀପ ବିଜୁ ବାବୁଙ୍କ ସ୍ୱପ୍ନ । ତେଣୁ 2024 ସାଧାରଣ ନିର୍ବାଚନରେ ମାନ୍ୟବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ସହିତ ବିଧାୟକ ଓ ସାଂସଦ ପ୍ରାର୍ଥୀ ଡା ରାଜଶ୍ରୀ ମାଲିକଙ୍କୁ ଯୋଡ଼ି ଶଙ୍ଖ ରେ ଭୋଟ ଦେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।
