ଚାନ୍ଦବାଲିରେ ବିଜେପି ଦଳର ବଡ଼ିଓସ୍ତିଆ ଫଚାୟତ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ




ଚାନ୍ଦବାଲି, ୩୦/୯ – ଚାନ୍ଦବାଲିରେ ବିଜେପି ଦଳର ବଡ଼ବଡ଼ ଓସ୍ତିଆ ଫଚାୟତ ପକ୍ଷରୁ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି । ବିଜେପି ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ବଡ଼ ଓସ୍ତିଆ ଫଚାୟତରେ ୨୦୧୭ ମସିହାରେ ହୋଇଥିବା ଫଚାୟତ ନିର୍ବାଚନରେ ବିଜେପି ଦଳର ସମର୍ଥିତ ପାର୍ଥନୀ ସୁଜାତା ସାହୁ ୧୨୪୭ ଖଣ୍ଡ ଭୋଟ ପାଇ ପୁଲିଙ୍ଗ ଓ ପ୍ରିଜାଇଡ଼ିଙ୍ଗ ଅଫିସର ଘୋଷଣା ପରେ ବିଜୟ ହୋଇଥିଲେ ହେଲେ ତତ କାଳୀନ ନିର୍ବାଚନ ଅଧିକାରୀ ଓ ବିଡ଼ିଓ ସରକାରୀ ଦଳ ଚାପରେ ବିଜୟୀ ପାର୍ଥୀନିଙ୍କୁ ପରାସ୍ତ ଘୋଷଣା କରିଥିଲେ। ଏଥିରେ ସୁଜାତା ସାହୁ ନ୍ୟାୟଳୟରେ ଆଶ୍ରୟ ନେଇଥିଲେ।ମାନ୍ୟବର ନ୍ୟାୟଳୟ ସୁଜାତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ବିଜୟ ଘୋଷଣା ହୋଇଥିବା ବର୍ତ୍ତମାନର ସରପଂଚଙ୍କ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି । ଏନେଇ ବଡ଼ ଓସ୍ତିଆ ଫଚାୟତର ବିଜେପି କର୍ମୀମାନେ ମାନ୍ୟବର କୋର୍ଟର ରାୟକୁ ଧନ୍ୟବାଦ ଦେବା ସହ ସତ୍ୟ ବିଜୟ ନେଇ ଏହି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *