ସୁନାମଧନ୍ୟ ଶିକ୍ଷକ ନବ କିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ତଥା ସ୍ମୃତି ଚାରଣ ସଭା
ଭଦ୍ରକ ବ୍ଲକ ବରାଙ୍ଗ ଗ୍ରାମର ସୁନାମଧନ୍ୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ୰ ନବ କିଶୋର ପଲାଇଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା ତାଙ୍କ ଜନ୍ମ ସ୍ଥାନ ବରାଙ୍ଗରେ ଅନୁଷ୍ଠିତ ହୋଇ ଯାଇଛି।ଏହି ସ୍ମୃତି ଚାରଣ ସଭାରେ ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଭାପତିତ୍ବ କରି ଥିବା ବେଳେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଇଂ ଅଭୟ ସୁତାର, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ଧାମନଗର କଲେଜ ଅଧ୍ୟକ୍ଷ ତଥା ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ପବିତ୍ର ପାଣିଗ୍ରାହି, ପଣ୍ଡିତ ଦୈତାରୀ ମହାପାତ୍ର, ବି.ଜେ.ପି. ନେତା ଡାକ୍ତର ପ୍ରଦୀପ ନାୟକ, ବି.ଜେ.ପି.ଜିଲ୍ଲା ସଭାପତି ହେମନ୍ତ କୁମାର ପାଢୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ୰ ପଲାଇଙ୍କର ସ୍ମୃତି ଚାରଣ କରି ବ୍ୟକ୍ତିଗତ ଅନୁଭୁତି ବଖାଣି ଥିଲେ। ପ୍ରଶାନ୍ତ କୁମାର ତ୍ରିପାଠି ସଭା ପ୍ରାରମ୍ଭରେ ବେଦ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିବକ୍ତା ଗଦାଧର ବଳ ଅତିଥି ପରିଚୟ ପ୍ରଦାନ କରିବା ତାଙ୍କ ଜୀବନୀ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। କେଦାରପୁର ସରପଞ୍ଚ ଭରତ ତ୍ରିପାଠି, ଅବସର ପ୍ରାପ୍ତ ଶିକ୍ଷକ ତଥା ସହକର୍ମ୍ମୀ ସୁରେନ୍ଦ୍ର ବିଶ୍ବାଳ, ବି.ଜେ.ଡି ଦଳର ଚାନ୍ଦବାଲି ଅଂଚଳର ନେତା ରବିନ୍ଦ୍ର ନାୟକ, ଶିକ୍ଷକ ଶରତ ନାୟକ ଅବସରପ୍ରାପ୍ତ ବି.ଏସ.ଏନ.ଏଲ ଏସ.ଡି.ଓ. ଭାଷ୍କର ଚନ୍ଦ୍ର ଜେନା, ପ୍ରାକ୍ତନ ଛାତ୍ର ବସନ୍ତ ମହାନ୍ତି , ଲକ୍ଷ୍ମଧର ମହାପାତ୍ର ପ୍ରମୁଖ ନିଜର ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ। ୰ ପଲାଇଙ୍କ କନିଷ୍ଠ ପୁତ୍ର ଅଜୟ କୁମାର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
