ନୂଆପଡ଼ା ରେ ଉପନିର୍ବାଚନ ରେ ବିଜେପିର ବମ୍ଫର ବିଜୟ
ନୂଆପଡ଼ା ରେ ଉପନିର୍ବାଚନ ରେ ବିଜେପିର ବମ୍ଫର ବିଜୟ ପରେ ଜଗତସିଂହପୁର ଜିଲ୍ଲାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଜଗତସିଂହପୁର ସ୍ଥିତ ସ୍ଥାନୀୟ ଥାନା ଛକ ଠାରେ ବିଜେପି ଜିଲ୍ଲା ସଭାପତି ପ୍ରତପ ମିଶ୍ର, ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମହାପାତ୍ର, ପୌରାଧକ୍ଷ ରାଜେନ୍ଦ୍ର କୁମାର ବିଶୋଇ ଙ୍କ ସହିତ ଶତାଧିକ ବିଜେପି କର୍ମୀମାନେ ବାଣ ଫୁଟାଇବା ସହିତ ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହା ସହିତ ବିଜେପି ନେତା ଓ କର୍ମୀ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।
