ଶିଶୁଦିବସ ଉଦ୍ୟାପନା

ଶିଶୁଦିବସ ଉଦ୍ୟାପନା: ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ,କନସିଂହାରେ ହର୍ଷୋଲ୍ଲାସ ୧୪ ନଭେମ୍ବର ୨୦୨୫ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଶିଶୁଦିବସ ହର୍ଷୋଲ୍ଲାସର ସହ ପାଳନ କରାଗଲା। କାର୍ଯ୍ୟକ୍ରମର ଆରମ୍ଭରେ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା । କାର୍ଯ୍ୟକ୍ରମର ସଭାପତି, ପ୍ରଧାନଶିକ୍ଷକ ପ୍ରେମାନନ୍ଦ ବେହେରା, ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ଅରୁଣ କୁମାର ବନିଆ, ହରିହର ସାହୁ, ରୋଶନୀ ଦେହେରୀ, ଦାଶରଥୀ ମହାନନ୍ଦ ଓ ସୁଶାନ୍ତ ମେହେର ଶିଶୁଦିବସର ଐତିହ୍ୟ ଏବଂ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଶିଶୁପ୍ରେମ ସମ୍ପର୍କରେ ଆଲୋକପାତ

କରି ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା, ଶିଷ୍ଟାଚାର ଏବଂ ନାଗରିକତାର ମୂଲ୍ୟବୋଧ ଅନୁସରଣ କରିବାକୁ ପ୍ରେରିତ କଲେ। କଳା-ସାହିତ୍ୟ, ନୃତ୍ୟ, ସଙ୍ଗୀତ ଏବଂ ବିଭିନ୍ନ ପ୍ରତିଯୋଗୀତା ଦ୍ୱାରା ଅନୁଷ୍ଠାନକୁ ରଙ୍ଗୀନ କରାଗଲା। ଜିତେନ୍ଦ୍ରିୟ ଗିଙ୍ଗିରା, ବଳରାମ ଦେହେରୀ, ଗୋବର୍ଦ୍ଧନ ମିଶ୍ର, ସଞ୍ଜୟ ଦେହେରୀ, ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ କାର୍ଯକ୍ରମକୁ ସୁଚାରୁରୂପେ ତୁଲାଇଥିଲେ। ପରିଶେଷରେ ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *