ବିଜେଡିର ପ୍ରତିଷ୍ଠା ଦିବସରେ ବିଜେପିର ମିଶ୍ରଣ ପର୍ବ

ବୁଗୁଡ଼ା :-୨୬/୧୨ ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡିକୁ ଶକ୍ତ ଝଟକା l ବିଜେପିରେ ମିଶିଲେ ବୁଗୁଡ଼ା ବ୍ଲକ ଅଧକ୍ଷା , ଉପାଧ୍ୟାକ୍ଷଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଆଗ ଧାଡ଼ିର ବହୁ ବିଜେଡି ନେତା l ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ ସ୍ୱାଇଁଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ,ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କା ବିଧାୟକ ସରୋଜ ପାଢ଼ୀ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜୟନ୍ତୀ ପଢ଼ିଆରୀ, ଘୁମୁସର ଜିଲ୍ଲା ବିଜେପି ଉପ ସଭାପତି ପ୍ରଭାକର ପଣ୍ଡା, ଘୁମୁସର ଜିଲ୍ଲା ଯୁବ ବିଜେପି ସଭାପତି ଦୀପକ ପ୍ରଧାନ, ବୁଗୁଡ଼ା ନଗର ସଭାପତି କେଦାର ନାଥ ମହାରଣା, ଘୁମୁସର ଜିଲ୍ଲା ଯୁବ ବିଜେପି ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର ,ଆରତୀ ଦେବୀ ପ୍ରମୁଖ ମଞ୍ଚାସୀନ ଥିଲେ l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନରେ ଗଞ୍ଜାମର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ଏଥି ସହ ପୂର୍ବ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବର୍ଷି ଥିଲେ l ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବିକଶିତ ଓଡିଶା ଗଠନ ସାଙ୍ଗକୁ ଗଞ୍ଜାମରୁ ଦାଦନ ଦୂର କରିବାକୁ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଆହ୍ୱାନ ଦେଇଥିଲେ l ଏ ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବୁଗୁଡ଼ା ବ୍ଲକ ଅଧକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧକ୍ଷ ମାନସ ପ୍ରଧାନ,ବ୍ଲକ ଅଧକ୍ଷା ପ୍ରତିନିଧି କେ.ନୀଳ ମାଧବ ଆଚାରୀ,ଆସିକା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦଳେଇ, ବିଜେଡିର ପୂର୍ବତନ ବ୍ଲକ ସଭାପତି ମଦନ ଗୋପାଳ ଦୋରା, ଗୋଳାବନ୍ଧ ସରପଞ୍ଚ ମଉନା ଜେନା, ଖୋଳଖାଳି ସରପଞ୍ଚ, ସୁକାନ୍ତି ପାତ୍ର ଓ ପ୍ରତିନିଧି ଉମାକାନ୍ତ ପାତ୍ର,ଗୋଲିଆ ସରପଞ୍ଚ ଦୈତାରୀ ବେହେରା, ଅନ୍ତରପଡା ସମିତି ସଭ୍ୟା ଅର୍ଚ୍ଚନା ନାୟକ, ଭାମଶିଆଳି ସମିତି ସଭ୍ୟା ଗାୟତ୍ରୀ ପ୍ରଧାନ, ପାଙ୍ଗିଡ଼ି ସମିତି ସଭ୍ୟା ସୁନିତା କୁମାରୀ ଆପଟ, ଏ କରଡ଼ାବାଡ଼ି ସମିତି ସଭ୍ୟା ଶିବାନୀ ନାୟକ, ପୋଚାଲୁଣ୍ଡି ସମିତି ସଭ୍ୟା କାଁହୁ ଚରଣ ସେଠୀ, କଳମ୍ବ ସମିତିସଭ୍ୟ ସୁଶାନ୍ତ କୁମାର ସେଠୀ , କରସିଂ ସମିତି ସଭ୍ୟ ଚିକୁ ବାରିକ, ମୋଟାବାଡି ସମିତି ସଭ୍ୟ ଶିବଶଙ୍କର ପ୍ରଧାନ, ଖୋଳଖାଳି ନାଏବ ସରପଞ୍ଚ ପ୍ରମୋଦ କୁମାର ପଣ୍ଡା, ଗୋଳାବନ୍ଧ ପୂର୍ବତନ ସମିତି ସଭ୍ଯା ଛବିତା ସେଠୀ, ଗୌଡିଆବୋରଦା ପ୍ରାକ୍ତନ ସମିତି ସଭ୍ୟ ଟୁନା ନାୟକ, କରସିଙ୍ଗି ପୂର୍ବତନ ସମିତିସଭ୍ଯା ଆରତୀ ନାୟକ, ବୁଗୁଡ଼ା ନଗର ବିଜେଡି କାର୍ଯ୍ୟକାରୀ ସଭାପତି ବିଚିତ୍ର ପାଣିଗ୍ରାହୀ, ବୁଗୁଡ଼ା ଓକିଲ ସଂଘ ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ବିଜେଡି ସଂଗଠକ ଅନୋଜ କୁମାର ପଟ୍ଟନାୟକ ଓ ଗୌରହରି ରାଉତ ଭାରତୀୟ ଜନତା ପାର୍ଟିରେ ମିଶି ଥିଲେ।

Leave a Reply

Your email address will not be published. Required fields are marked *