ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”
ମୟୂରଭଞ୍ଜ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଆନୁକୁଲ୍ୟରେ ବହୁବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଧୁମ ଧାମ ରେ ଅନୁଷ୍ଠିତ ହୋଇ ଯାଇଛି । ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦଳା ବିଜ୍ଞାପିତ ଅଞ୍ଚଳ ର ନଗରପାଳ ଶ୍ରୀମତୀ ପ୍ରମିଳା ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଉଦଳା ବ୍ଲକ ଶିକ୍ଷା ଅଧିକାରୀ, ଶ୍ରୀଯୁକ୍ତ ନିତିନ ଘୋଷ ଏଥିରେ ସଭାପତିତ୍ଵ କରିଥିଲେ , ଡ. ପ୍ରିୟ ରଞ୍ଜନ ଦାଶ,ଶିକ୍ଷକ-ପ୍ରଶିକ୍ଷକ-ଇଏଲଟିଆଇ,ବାରିପଦା, ମୁଖ୍ୟ ବକ୍ତା ଭାବରେ ତଥା ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅକ୍ଷୟ କୁମାର ପ୍ରଧାନ ପ୍ରଧାନ ଶିକ୍ଷକ, ବହୁବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀମତୀ ମିନତୀମଞ୍ଜରୀ ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଉଦଳା, ଶ୍ରୀମତୀ ସନ୍ଧ୍ୟାରଣୀବାରିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଉଦଳା ଯୋଗ ଦେଇଥିଲେ। ଉଦଳା ବ୍ଲକ ର ୧୨ଟି କ୍ଲଷ୍ଟର ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏଥିରେ ଯୋଗ ଦେଇ ସମୁଦାୟ ୧୦ଟି ବିଭାଗରେ ପ୍ରତିଯୋଗିତାରେ ଭାଗ ନେଇ ନିଜ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଊଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ମଢେଇ, ବିଧାୟକ,ଉଦଳା, ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ଧାରଣ। ଦେବା ସହ ସୁମଧୁର ଝୁମର ଗାଇ ସମସ୍ତଙ୍କୁ ବିମୋହିତ କରିଥିଲେ । ଉକ୍ତ ବୈଠକରେ ଶ୍ରୀମତୀ ଜୟନ୍ତୀ ସିଂ, ପୂର୍ବତନ ସଚିବ ଓଡିଶା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସୁରଭି ର ଗୁରୁତ୍ଵ ପ୍ରଦାନ କରିଥିଲେ। ଏଥିରେ ଶ୍ରୀଯୁକ୍ତ ନିତିନ ଘୋଷ ,ବ୍ଲକ ଶିକ୍ଷା ଅଧିକାରୀ,ଉଦଳା, ସଭାପତିତ୍ଵ କରିଥିଲେ। ଶ୍ରୀଯୁକ୍ତ ଅକ୍ଷୟ କୁମାର ପ୍ରଧାନ ପ୍ରଧାନ ଶିକ୍ଷକ, ବହୁବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀମତୀ ମିନତୀମଞ୍ଜରୀ ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଉଦଳା, ଶ୍ରୀମତୀ ସନ୍ଧ୍ୟାରଣୀବାରିକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ,ଉଦଳା, ଶ୍ରୀଯୁକ୍ତ ଅନଙ୍ଗ ସେନାପତି,ପୂର୍ବତନ ଶିକ୍ଷକ-ପ୍ରଶିକ୍ଷକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ସଭାପତି ତଥା ଅତିଥିମାନଙ୍କ ଦ୍ଵାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା। ପ୍ରତ୍ୟେକ ବିଭାଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀମାନେ ଆସନ୍ତା ୪.୧୧.୨୦୨୪ ରେ ଜିଲ୍ଲା ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୂଚନା ପ୍ରଦାନ କରଯାଇଥିଲା। ଏ୧୨ଟି କ୍ଲଷ୍ଟର ର ସମସ୍ତ ସିଆରସିସି ,ବ୍ଲକର GUIDE ଶିକ୍ଷକ ଶିକ୍ଷିକା ଓ ବହୁବନ୍ଧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷିକା ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ଏହି ଉତ୍ସବକୁ ସଫଳ କରିଥିଲେ।
