ଶ୍ରମିକ ଦିବସ ଅବସରରେ ଆଉଟସୋରସି୍ଂ କର୍ମଚାରୀ ସଙ୍ଘ ତରଫରୁ ରକ୍ତଦାନ ଶିବିର ଓ ଆଲୋଚନା ସଭା

***ବ୍ରହ୍ମପୁର-(01/05/24) ଆଜି ୧୩୮ ତମ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘର ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଶାଖା ପକ୍ଷରୁ ତଥା ବ୍ରହ୍ମପୁର ରକ୍ତଭଣ୍ଡାର ସହଯୋଗରେ ୭୧ ୟୁନିଟ ରକ୍ତ ସଂଗୃହିତ ହୋଇଛି I ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ. ସୁଚିତ୍ରା ଦାସଙ୍କ ଦ୍ୱାରା ଉଦଘାଟିତ ଏହି ଶିବିରରେ ଡିନ ତଥା ପ୍ରିନ୍ସପାଲ ଡାଃ ସନ୍ତୋଷ ମିଶ୍ର, ରେଜିଷ୍ଟ୍ରର ସଂଗ୍ରାମ ପଣ୍ଡା, ଟୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I ବିଭିନ୍ନ ବିଭାଗର ଡାକ୍ତର,ବିଭିନ୍ନ କର୍ମଚାରୀ, ଆଉଟସୋରସିଂ ଆଟେଣ୍ଡାଣ୍ଟ ଓ ଅନେକ ଉତ୍ସାହି ଯୁବକ, ଯୁବତୀ ମାନେ ଆଗ୍ରହ ସହକାରେ ରକ୍ତଦାନ କରିଥିଲେ I ଏଥି ସହିତ ସ୍ଥାନୀୟ ମେଡିକାଲ କ୍ୟାମ୍ପସ ଚକ୍ଷୁ ବିଭାଗ ପରିସରରେ ଶ୍ରମିକ ଦିବସ ଅବସରରେ ସଙ୍ଘର ଉପସଭାପତି ପି. ରମେଶ ରାଓଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଥିଲା । ସଂଘର ଉପଦେଷ୍ଟା ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ଏବଂ ବିଶିଷ୍ଟ ଲେଖିକା ଡଃ ବିଧୂପ୍ରଭା ରଥ ବକ୍ତା ଭାବେ ଯୋଗଦେଇଥିଲେ । ସଙ୍ଘର ଅନ୍ୟତମ ଉପଦେଷ୍ଠା ତଥା ଶ୍ରମିକ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ମଈଦିବସର ଇତିହାସର ଅବତରଣା କରି ଚିକାଗୋ ସହରର ଶ୍ରମିକମାନଙ୍କ ସେହି ଐତିହାସିକ ରକ୍ତରଂଜିତ ଲଢେଇ ଓ ବଳିଦାନ କିପରି ଆଜି ବି ସାରା ବିଶ୍ବର ଶ୍ରମିକଶ୍ରେଣୀ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ।

ଆମ ଦେଶର ଶ୍ରମିକ ଓ କର୍ମଚାରୀମାନେ କିଭଳି ଅନେକ ରକ୍ତକ୍ଷୟୀ ଲଢେଇ ଓ ବଳିଦାନ ଦେଇ ୪୪ଟି ଶ୍ରମ ଅଧିକାରକୁ ହାସଲ କରିଥିଲେ ଓ ବର୍ତ୍ତମାନ ଶାସକ ଗୋଷ୍ଠୀ କିପରି ସେହି ଅଧିକାରଗୁଡିକୁ କର୍ପୋରେଟମାନଙ୍କ ସ୍ଵାର୍ଥରେ ଶେଷ କରି ତା ବଦଳରେ ଚାରିଟି ଶ୍ରମକୋଡ୍ ଆଣିଛନ୍ତି, ସେ ସମ୍ପର୍କରେ ସତର୍କ କରାଇ ଦେଇଥିଲେ । ଏହି ପରିପ୍ରେକ୍ଷିରେ ଶ୍ରମିକ ଓ କର୍ମଚାରୀମାନେ ନିଜର କଷ୍ଟଲବ୍ଧ ଅଧିକାରର ସୁରକ୍ଷା ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ କରିବା ହିଁ ଏକମାତ୍ର ରାସ୍ତା ବୋଲି ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖିକା ଡଃ ବିଧୁପ୍ରଭା ରଥ କର୍ମଚାରୀ ବିଶେଷ କରି ମହିଳା କର୍ମଚାରୀମାନଙ୍କ ପ୍ରତି କର୍ମକ୍ଷେତ୍ରରେ ହେଉଥିବା ବିଭିନ୍ନ ଶୋଷଣ ଓ ନିର୍ଯାତନା କଥା ଉଲ୍ଲେଖ କରି ସେସବୁର ସମାପ୍ତି ପାଇଁ ଲଢେ଼ଇ କରିବାକୁ ସେ ଆହ୍ୱାନ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଫୁଲ୍ଲ ମହାରଣା, ଏଚଆରଓ ଜିଲ୍ଲା ସମ୍ପାଦକ କେ. ନନ୍ଦେଶୁ ସେନାପତି, ଶ୍ରମିକ ନେତା ଶଙ୍କର ସାହୁ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସଙ୍ଘର ସଭାପତି ସି. ଏଚ ସୁନୀଲ ପାତ୍ର, ସମ୍ପାଦକ ଏନ. ନିରଞ୍ଜନ ଦାସ, ଚିତ୍ତରଞ୍ଜନ ସାହୁ, ରିଙ୍କୁ ପାତ୍ର, ଶଶାଙ୍କ ପଣ୍ଡା, ସନାତନ ନାୟକ,ରାଜେନ୍ଦ୍ର ରଥ,ଚନ୍ଦ୍ର ପାତ୍ର, ଆନନ୍ଦ ମିଶ୍ର,ବିଷ୍ଣୁ କୁମାର, ରାଧିକା ବିଷୋୟୀ, ନନ୍ଦିନୀ ସାମନ୍ତରାୟ, ସୁଜିତ ପାତ୍ର, ସମାଜସେଵୀ ପ୍ରଫୁଲ ମହାରଣା, ପ୍ରଶାନ୍ତ ମହାରଣା, ସ୍ୱର୍ଣଲତା ସାହୁ, ଶ୍ରୀନିବାସ ପାତ୍ର, ଶ୍ରୀକାନ୍ତ ସେଠି, ସମୀର ବ୍ରହ୍ମା, କାଁହୁ ନାୟକ, କେଦାର ନାୟକ, ସୁଦାମ ପାଢ଼ୀ, ବି.ଲଳିତ କୁମାର, ମାନସ ଦାସ, ରାଜଲକ୍ଷ୍ମୀ ସାହୁ, ଜୟରାମ ରାଓ, ତ୍ରିପତି ଡାକୁଆ, ଅଜିତ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ I ଚଳିତ ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ରହିଥିବା ବେଳେ ଏମକେସିଜି ମେଡିକାଲ କଲେଜର ଆଉଟସୋରସି୍ଂ କର୍ମଚାରୀମାନେ ଏ ଦିଗରେ ଆଗୁଆ ଭୂମିକା ଗ୍ରହଣ କରି ଯେଉଁଭଳି ସଫଳତାର ସହ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କଲେ, ତାକୁ ସମସ୍ତେ ପ୍ରସଂଶା କରିଥିଲେ ।

Leave a Reply

Your email address will not be published. Required fields are marked *