ବୈଷୟିକ ଶିକ୍ଷାନୁଷ୍ଠାନରେ ମେଘା ରକ୍ତଦାନ ଶିବିର, ୧୧୧ ୟୁନିଟ ରକ୍ତ ସଂଗୃହୀତ
ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ରଗଡି ସ୍ଥିତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ବୈଷୟିକ ଶିକ୍ଷାନୁଷ୍ଠାନର ଅଧକ୍ଷ ଅଭୟ କୁମାର ମଲ୍ଲିକ ଓ ‘ସମ୍ବାଦ-ଆମ ଓଡ଼ିଶା’ ରଗଡ଼ି ଶାଖାର ସଂଯୋଜକ ପୀତବାସ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନନ୍ଦ ସ୍ୱଇଚ୍ଛାରେ ରକ୍ତଦାନ କରୁଥୁବା ଯୁବ ଯୁବତୀଙ୍କୁ ଧନ୍ୟବାଦ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର ଛାତ୍ରୀ ଯୋଗଦେଇ ରକ୍ତଦାନ କରିଥିଲେ l ଆଜିର ଏହି ଶିବିରରେ ବୈଷୟିକ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l ତେବେ ଏହି ଶିବିରରେ ୧୧୧ ୟୁନିଟରକ୍ତ ସଂଗୃହୀତ ହୋଇଥିବା ସୂଚନା ମିଳିଛି l
