କାମାକ୍ଷାନଗର ସତ୍ୟସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର
କାମାକ୍ଷାନଗରଆଙ୍କର-ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାଇବିହାର ପରିସରରେ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ( ଅମୃତ ବିନ୍ଦୁ ) ଅନୁଷ୍ଠିତ ହୋଇ ଯାଇଛି । ସଙ୍ଗଠନ ର ଜିଲ୍ଲା ସଭାପତି ଡକ୍ଟର ସୁଧାକର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ଶିବିର କୁ ଉଦ୍ଘାଟନ କରିଥିଲେ ।ପୂର୍ବତନ ନଗରପାଳ ଗୋବିନ୍ଦଚନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ ଅରିଥିଲେ । ସମିତି ଆବାହକ ବିମଳ କୁମାର ପରିଡା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସ୍ୱରୂପ ରଞ୍ଜନ ସାହୁ , ଟେକନେସିଆନ ଅଭିମନ୍ୟୁ ସାହୁ , ନର୍ସିଙ୍ଗ ଅଧିକାରିଣୀ ବିନୋଦିନୀ ଯୋଗାଣିଆ , ଆଟେଣ୍ଡାଣ୍ଟ ତପନ ଜେନା , ଅଜୟ ସ୍ୱାଇଁ ଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ଗ୍ରୀଷ୍ମ ସମୟରେ ଜିଲ୍ଲା ରେ ରକ୍ତ ର ପ୍ରଚୁର ଆବଶ୍ୟକତା ଥିବା ସମୟରେ ସଂଗଠନ ର ଏହି ଅମୃତ ବିନ୍ଦୁ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଉଚ୍ଚ ପ୍ରଶଂସା କରିବା ସହ ରକ୍ତ ଦାତା ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।ଏଥିରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପୂର୍ବତନ ଆବାହକ ଆଦିତ୍ୟ ପ୍ରସାଦ କର , ପ୍ରତ୍ୟୁଷ ମୁମାର ମିଶ୍ର , ନିରଞ୍ଜନ ସାହୁ , ସଂଯୋଜକ ପ୍ରଶାନ୍ତ କୁମାର ବେହେରା , ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
