ବୋଇତ ବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମା

ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ । ସାତ ଭାଈ ଓ ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରହିଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ପୁର ପଲ୍ଲୀରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଏ।ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏହି ଉତ୍ସବକୁ ବାଲିଯାତ୍ରା ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :- ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର*ବୃହତ କଳିଙ୍ଗ ରାଷ୍ଟ୍ରର ସାଧବମାନେ ଏହିଦିନ ବିଦେଶକୁ ବାଣୀଜ୍ୟ କରିବାକୁ ଯାଉଥିଲେ । ଜଳପଥରେ ଯାଉଥିବାରୁ ମହାନଦୀ କୂଳରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିଲା ।

ଚତୁର୍ମାସ୍ୟା ସମାପ୍ତ ବେଳରେ ସାଧବମାନେ ଜଳପଥରେ ବାଣିଜ୍ୟ ପାଇଁ ଯାତ୍ରା କରୁଥିବା ଏହା ଠିକ । ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କଥା ମଧ୍ୟ ଠିକ, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ଜଣାଉଥିବା ପରିବାର, ବନ୍ଧୁବାନ୍ଧବ ଓ ପରିଜନମାନଙ୍କର ବିଦାୟ ହେବାପରେ ସାତଦିନବ୍ୟାପୀ ଉତ୍ସବ ପାଳନ କରିବାକୁ ମାନସିକତା ଥିବ ତ Ị ଛ’ମାସ ପାଇଁ ବିପଦସଙ୍କୁଳ ଜଳପଥରେ ରୋଜଗାର ଉଦ୍ଦେଶ୍ୟରେ ଗମନ କରୁଥିଲେ। ଓଡ଼ିଆ ସେହି ଜାତି ଯେଉଁ ଜାତି ଏକ ଦୁର୍ଦ୍ଦଷ ଏବଂ ବୈଷୟିକ କଳାରେ ପାରଦର୍ଶୀ ତଥା ଉତ୍କୃଷ୍ଟ କଳାନୈପୁଣ୍ୟରେ ଅଖଣ୍ଡ ଭାରତରେ ପ୍ରସିଦ୍ଧି ଲାଭ କରିଥିଲା ସାରା ବିଶ୍ବରେ ବଣିକ ମାନଙ୍କ ମଧ୍ୟରେ ଉତ୍କଳର ବଣିକ ସର୍ବାଧିକ ଧନ ଓ ଯଶ ସମ୍ମାନ ଲାଭ କରୁଥିଲେ। ଯାହା ଆମ ଦେଶକୁ ସମୃଦ୍ଧ କରିଥିଲା। ତେଣୁ ଏହାକୁ ମନେ ପକାଇବାକୁ ଓଡ଼ିଆ ଜାତିକୁ ଗର୍ବ ଅନୁଭବ କରିବାକୁ ବୋଇତ ବନ୍ଦାଣ ଉତ୍ସବ ତଥା ବାଲି ଯାତ୍ରା ଭାବେ ପାଳନ କରାଯାଉଛି । ଯାହା ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ ବେଶ୍ ଆକର୍ଷଣ କରିଛି। ଠିକଣା- ବାଲିଦୋକାନ, କୋଣାର୍କ, ପୁରୀ ମୋ – ୯୧୭୮୦୫୦୭୦୩

Leave a Reply

Your email address will not be published. Required fields are marked *