ବାରବାଟି କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ପୋରଣ
ବାରବାଟି କଲ୍ୟାଣ ମଣ୍ଡପ ନିକଟରେ ବୋମା ବିସ୍ପୋରଣ ।କେହି ଦୁର୍ବୃତ୍ତ ଦୁଇଟି ବୋମା ନେଇ ଯାଉଥିବା ବେଳେ ହଠାତ୍ ହାତରୁ ଗଳି ପଡ଼ିଥିଲା ।ଫଳରେ ଗୋଟିଏ ବୋମା ବିସ୍ପୋରଣ ହୋଇଥିବା ବେଳେ ଅନ୍ୟ ବୋମା ଟି ଅଫୁଟା ରହିଥିଲା ।

ଫଳରେ ଘଟଣା ସ୍ଥଳରେ ଲୋକମାନେ ରୁଣ୍ଡ ହୋଇଥିଲେ ।ଖବର ଟି କ୍ଷୀପ୍ର ଗତିରେ ପ୍ରଚାର ହେବାରୁ ଘଟଣା ସ୍ଥଳରେ ବାସେଳିସାହି ଥାନା ପୋଲିସ ଏବଂ ଟାଉନ ଥାନା ପୋଲିସ ପହଞ୍ଚି ଅଫୁଟା ବୋମା ଜବତ କରିଥିଲେ ।ତଦନ୍ତ ନିମନ୍ତେ ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
