ଗୋରୁ ବେପାରୀଙ୍କ ଉପରେ ଗୁଳି ସହିତ ବୋମା ମାଡ଼

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ କରି ବଡ଼ ଧରଣର ଲୁଟ। ଏବଂ ଗୁଳି ଚାଳନା ସହିତ ବୋମା ମାଡ଼ କରି ଲୁଟିନେଲେ ବୋଲେରୋ ଗାଡି ଏବଂ ୧୫ଲକ୍ଷରୁ ଉଦ୍ଧ ନଗଦ ଟଙ୍କା। ଜିରାଳ ସାପ୍ତାହିକ ହାଟକୁ ଗୋରୁ କିଣିବା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ଆସିଥିଲେ ଗୋରୁ ବେପାରୀ ।

୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ପ୍ରଥମେ ଗାଡ଼ିରେ ବସିଥିବା ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିବା ସୂଚନା । ପରେ ଗାଡିକୁ ସିଧାସଳଖ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ ଦୁର୍ବୁତ୍ତ ମାନେ । ଏବଂ ଦୁର୍ବୁତ୍ତ ମାନେ ବୋଲେରୋ ଗାଡ଼ିରେ ଥିବା ଟଙ୍କା ବ୍ୟାଗ ସହ ବୋଲେରୋ ଗାଡିଟିକୁ ଲୁଟି ନେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *