ବ୍ରହ୍ମଗିରିର ମହିଳା ବିଷ୍ନୁପ୍ରିୟା ପାଇଲେ ସିଆଇଆଇ ସମ୍ମାନ

କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବ୍ରହ୍ମଗିରିର ସମାଜସେବୀକା ବିଷ୍ନୁପ୍ରିୟା ସ୍ୱାଇଁଙ୍କୁ ସମାନଜନକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟକାରିଥିବା ମହିଳାମାନଙ୍କ ନେଟୱର୍କ ରେ ସାମିଲ କରାଯାଇଛି l ବିଷ୍ନୁପ୍ରିୟା ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଗଡ଼ରୋଡ଼ଙ୍ଗ ଗ୍ରାମର ସ୍ବର୍ଗତ ଉଦୟନାଥ ସ୍ୱାଇଁ ଓ କେଶରୀ ସ୍ବାଇଁଙ୍କର ଜ୍ୟେଷ୍ଠ କନ୍ୟା ଅଟନ୍ତି l ବିଷ୍ନୁପ୍ରିୟା ଏକ ମଧ୍ୟବିତ୍ତ ପରିବାର ରେ ଜନ୍ମ ହୋଇ ଦୀର୍ଘ 35 ବର୍ଷହେବ ନିଜକୁ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି l ବିଷ୍ନୁପ୍ରିୟା କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କା, ବାଂଲାଦେଶ ଓ ଫିଲିପାଇନିସ ଇତ୍ୟାଦି ଦେଶ ମାନଙ୍କରେ ମହିଳା ମାନଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି l ଭାରତୀୟ ଶିଳ୍ପ ସମୂହ ନୂଆଦିଲ୍ଲୀ ଦ୍ୱାରା ତିନୋଟି କ୍ଷେତ୍ରରେ ପ୍ରତ୍ୟେକ ବର୍ଷ ଓମେନ ଏକଜମ୍ପ୍ଲର ଆୱାର୍ଡ ଦିଆଯାଇଥାଏ l 2023-24 ନିମନ୍ତେ ବିଷ୍ନୁପ୍ରିୟା ଜୀବିକା କ୍ଷେତ୍ରରେ ପାଞ୍ଚ ଜଣକ ଭିତରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି l ଏହି ଆୱାର୍ଡ ପାଇଁ ଛଅ ହଜାର ମହିଳାଙ୍କ ମଧ୍ୟରୁ ବିଷ୍ନୁପ୍ରିୟା ଦ୍ଵିତୀୟ ସ୍ଥାନ ଅଧିକାର କରି କେବଳ ବ୍ରହ୍ମଗିରି ନୁହେଁ ସାରା ଭାରତ ବର୍ଷରେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି l ସେଥିପାଇଁ ଆଜି ବ୍ରହ୍ମଗିରି ଠାରୁ ଏକ ଶୋଭାଯାତ୍ରା ରେ ବିଷ୍ନୁପ୍ରିୟାଙ୍କୁ ସାତପଡା ପର୍ଯ୍ୟନ୍ତ ନିଆଯାଇଥିଲା l ରାସ୍ତାର ପ୍ରତିଟି ଗାଁ ଓ ଛକରେ ବିପୁଳ ସମ୍ବୋର୍ଧନା ସହିତ ଦୁବ ଚାଉଳ ପକାଉଥିଲେ ବିଷ୍ନୁପ୍ରିୟାଙ୍କ ଉପରକୁ l ରାସ୍ତାରେ ମହିଳାମାନେ କୁଣ୍ଢାଇ ପକାଉଥିଲେ ବିଷ୍ନୁପ୍ରିୟାଙ୍କୁ, ବ୍ରହ୍ମଗିରି ରୁ ସାତପଡା ମହିଳାମାନେ ବିଷ୍ଣୁପ୍ରିୟା ଙ୍କୁ ଆନନ୍ଦରେ ବୁଲାଉଥିବାର ଦୃଶ୍ୟ ପ୍ରମାଣିତ କରୁଥୁଲାଯେ ସେ ମହିଳାମାନଙ୍କ ପାଇଁ ସ୍ୱାବଲମ୍ବି ହେବାରେ ସହଯୋଗ କରିଛନ୍ତି ବୋଲି l

ରିପୋର୍ଟ- ଜ୍ଞାନ ରଞ୍ଜନ ବିଶ୍ଵାଳ।

Leave a Reply

Your email address will not be published. Required fields are marked *