ଗଣିଆରେ ଘଡଘଡି ବର୍ଷାର ତାଣ୍ଡବ,ଭାଙ୍ଗିଲା ଆମ୍ବଗଛ,ଘଡଘଡିରେ ମହିଳା ଗୁରୁତର

ଗଣିଆରେ ଘଡଘଡି ବର୍ଷାର ତାଣ୍ଡବ,ଭାଙ୍ଗିଲା ଆମ୍ବଗଛ,ଘଡଘଡିରେ ମହିଳା ଗୁରୁତର

ଗଣିଆ – ଗଣିଆରେ ଆଜି ସନ୍ଧ୍ୟାରେ ବର୍ଷା ପବନ ଘଡଘଡିର ତାଣ୍ଡବ ଦେଖିବାକୁ ମିଳିଛି । ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହିତ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ଗଣିଆ ଚଉବଙ୍ଗ ଛକରେ ଦୁଇ ଦୁଇଟି ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ବସଷ୍ଟାଣ୍ଡରେ ଗଛ ଭାଙ୍ଗି ଯାଇଛି । ଗଛ ଭାଙ୍ଗି ଦୋକାନ ଘର ଉପରେ ପଡ଼ିବା ସହିତ ଦୋକାନ ସମ୍ମୁଖରେ ଥିବା ଆଜବେଷ୍ଟସ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ତିନୋଟି ଦୋକାନ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଗଣିଆ ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡା ପହଞ୍ଚି ଗଛ ଗୁଡିକୁ ରାସ୍ତାରୁ ହଟାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ବ୍ଳକର ବିଜୟନଗର ମଳିକ ସାହିର ଅହଲ୍ୟା ମଳିକ ଘର ବାରିପଟେ ବାସନ ମାଜୁଥିବା ବେଳେ ଘଡଘଡିରେ ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଗଣିଆ ମେଡିକାଲକୁ ଅଣାଯାଇ ଚିକିତ୍ସା ପରେ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *