ବ୍ୟାସନଗର ପୈାରାଅଂଚଳ ସହରରେ ଘରେ ଘରେ ଶଙ୍ଖ କାର୍ଯକ୍ରମ

*କୋରେଇ ନିର୍ବାଚନ ମଣ୍ଡଳୀର ଜନସାଧାରଣ ମାନେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଏକ ମହା ଲଢେଇ ଦେଖୁଛନ୍ତି। ଯାଜପୁର ଜିଲ୍ଲା ବିଜେଡି ର ସାଧାରଣ ସଂମ୍ପାଦକ ଅଭୟ ପତିଙ୍କ ନେତୃତ୍ୱରେ କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୈାରାଅଂଚଳ ସହରର ୧୯ ଓ ୨୨ ନମ୍ୱର ୱାର୍ଡରେ ଘରେ ଘରେ ଶଙ୍ଖ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରେଇ ବିଧାନସଭା ପ୍ରାର୍ଥୀନୀ ସନ୍ଧ୍ୟାରାଣୀଙ୍କ ପାଇଁ ବ୍ୟାସନଗର ପୈାରାଅଂଚଳ ସହରର ଘରେ ଘରେ ଶଙ୍ଖ ଚିହ୍ନ ପୋଷ୍ଟର ଲାଗୁଛି l ଏହି କାର୍ଯ୍ୟକ୍ରମରେ ୧୯ ନମ୍ୱର୍ ୱାର୍ଡର ମହିଳା ସଭାନେତ୍ରୀ ସବିତାରାଣୀ ଦାସ ତାଙ୍କ ସମର୍ଥକଙ୍କୁ ଧରି ଲୋକ ମାନଙ୍କ ପାଖକୁ ଯାଇ ବିଜୁ ଜନତା ଦଳର ଜନ କଲ୍ୟାଣ କାର୍ଯ୍ୟ ସମ୍ପର୍କ ରେ ଆଲୋଚନା କରୁଛନ୍ତି l ଲୋକଙ୍କ ସୁଖ ଦୁଃଖରେ ନବୀନ ସରକାର ଭାଗିଦାରୀ ହୋଇଛନ୍ନ୍ତି, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଯୋଜନ ସରକାର ଆମ ପାଇଁ କରିଛନ୍ତି ବୋଲି କହୁଛନ୍ତି l ଏହି ସବୁ ବିକାଶର ପ୍ରସଙ୍ଗକୁ ନେଇ ଦଳୀୟ ଶଙ୍ଖ ଚିହ୍ନର ମୋହର ଘରେ ଘରେ ମାରି ଲୋକଙ୍କ ବିଶ୍ୱାସ ଭାଜନ ହୋଇ ଭୋଟ ଭିକ୍ଷା କରୁଛନ୍ତି l ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ସବିତା ରାଉତ ମଧ୍ୟ ପ୍ରାର୍ଥନୀ ସନ୍ଧ୍ୟାରାଣୀଙ୍କୁ ଜିତାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରୀ ରଖିଛନ୍ତି l

Leave a Reply

Your email address will not be published. Required fields are marked *