କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ

ପୁରୀ- ତା ୦୫.୦୯.୨୦୨୧ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡ଼ା ଦିନେଶ ପେଣ୍ଡାରକର ମୁମ୍ବାଇରୁ ଆସି ପୁରୀ ଜିଲ୍ଲାରେ ୩୫ ଜଣ କର୍କଟ ରୋଗୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରେ ଦେଖିଥିଲେ ଏବଂ ସେମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦେଇଚିଲେ। ଏହିସବୁ ପରାମର୍ଶ ମାଗଣାରେ କରାଯାଇଥିଲା।
ପୁରୀ ଜିଲ୍ଲା କର୍କଟ ରୋଗ ଚିକିତ୍ସା ଓ ଉପଶମ କେନ୍ଦ୍ରରେ ପ୍ରତ୍ୟେକ ମାସରେ ହାରାହାରି ୨୮୦ ଜଣ ରୋଗୀଙ୍କର ମାଗଣାରେ କେମୋଥେରାପି ଦିଆଯାଉଛି।
ଏହି ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସୁଜାତା ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିରାଜାଶଙ୍କର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡ଼ଃ ପ୍ରଣବ ଶଙ୍କର ଦଶ, ଜିଲ୍ଲା କର୍କଟ ରୋଗ ଚିକିତ୍ସକ ଡ଼ଃ ଯଶସ୍ୱୀ କୁମାର ଦାସ, ମହାମାରୀ ବିଶେଷଜ୍ଞ ଡ଼ଃ ଲଳିତ ଦାସ, ଡିପିଏମ୍ ଟି. ନାରାୟଣ ରାଓ, ପରାମର୍ଶଦାତା ଡ଼ଃ ଗିରିଜା ଶଙ୍କର ମିଶ୍ର ଏବଂ ଶ୍ରୀ ସ୍ମୃତିରଞ୍ଜନ ନାୟକ ଉପସ୍ଥିତ ରହି ଥିବାବେଳେ ଏବଂ ଏହି ଶିବିରକୁ ଜିଲ୍ଲା ପରାମର୍ଶଦାତା ଡ଼ଃ ସୁଶାନ୍ତ କୁମାର ବିଶ୍ବାଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *