କାର ଅଟୋ ମୁହାଁମୁହିଁ, ୩ ଆହାତ


କାମାକ୍ଷାନଗର :୨୦.୧୦.୨୦୨୧- କାର ଓ ଅଟୋ ମୁହାଁମୁହିଁ ଧକା ୩ ଜଣ ଗୁରୁତର। ସମସ୍ତ ଗୁରୁତର କାମାକ୍ଷାନଗର ମେଡିକାଲରେ ଭର୍ତ୍ତି। ଆହାତ ମାନେ ହେଲେ ଅଟୋ ଚାଳକ କାମାକ୍ଷାନଗର ଅନନ୍ତପୁର ସାହିର ଆଲୋକ ତ୍ରିପାଠି ଓ କାର ଚାଳକ ଭୁବନ ଥାନା ଦୟଣାବିଲି ଗ୍ରାମର ଦିପୁ କଅଁର ଓ କାରରେ ବସିଥିବା ସୁରପ୍ରତାପପୁର ଗ୍ରାମର ବନମାଳି ମାହାନ୍ତି। କାମାକ୍ଷାନଗର ଥାନା କନ୍ତାରିପାଟ ଗ୍ରାମ ନିକଟରେ ଦୁର୍ଘଟଣା। ସୁଚନା ମୁତାବକ କାମାକ୍ଷାନଗର ର ପଟୁ ଅଟୋ ଯୋଗେ ଆଲୋକ ଆଜବେଷ୍ଟ ଲୋଡ କରି ଭୁବନ ଆଡେ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟ ଘାଡିର ୩ଜଣ ଆହାତ ହୋଇ ସ୍ଥାନିୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନସ ଯୋଗ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଆଲୋକ ଓ ଦିପୁର ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଢେ଼ଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *