ଭଦ୍ରକ ବ୍ଲକ ଅଧିନସ୍ଥ ଚରମ୍ପା ପରସିଙ୍ଗା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି

ଭଦ୍ରକ :୨୦/୧୦: ପରସିଂଙ୍ଗା ପଞ୍ଚାୟତର ୬ ନମ୍ୱର୍ ୱାର୍ଡ ପରିଡା ସାହିର ଏହି ଦୃଶ୍ୟ । କାଦୁଅ ରାସ୍ତା ଯାହାକି ବେଙ୍ଗ ମୁତିଲେ ପାଣି । ଏହି ପୁରୁଣା ରାସ୍ତା ଦୀର୍ଘ ୫ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡି ରହିଛି । ଏବେ ଲଘୁଚାପ ବର୍ଷା ଦ୍ଵାରା ସାଇକେଲ ,ଗାଡ଼ି କଣ ଚାଲିକି ଯିବାରେ ମଧ୍ୟ ଅନେକ ସମସ୍ୟା ଉପୁଜିଛି । ଲୋକଙ୍କ ସମସ୍ୟା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ଏଠି ପ୍ରଶାସନ ସ୍ତରରେ କିମ୍ବା ସ୍ଥାନୀୟ ସରପଞ୍ଚ କୌଣସି ପଦକ୍ଷେପ ନେଉନାହିଁ । ଏହି ଗ୍ରାମର ସରପଞ୍ଚ ନିଜ କାର୍ଯ୍ୟରେ ଅସଫଳ ହୋଇଥିବା ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ସରପଞ୍ଚ ମହାଶୟ ଇଲେକ୍ସନ ସମୟରେ ଭୋଟ ମାଗିବାକୁ ଆସିଥିବା ସମୟରେ ଯାହା କିଛି ଗ୍ରାମ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ,ସରପଞ୍ଚ ମହାଶୟ ଙ୍କୁ ଭୋଟ ଦେଈ ଜିତାଇବା ପରେ କୌଣସି କାର୍ଯ୍ୟ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି , ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ନିଷ୍ପତ୍ତି ଦେଇଛନ୍ତି । ଏହି ଘଟଣା ପ୍ରତି ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *