କାରାଭାନ” ବିଳାସପୂର୍ଣ୍ଣ ଓ ସୁରକ୍ଷିତ ପର୍ଯ୍ୟଟନର ନୂଆ ଆଶା
“କାରାଭାନ” ବିଳାସପୂର୍ଣ୍ଣ ଓ ସୁରକ୍ଷିତ ପର୍ଯ୍ୟଟନର ନୁଆ ଆଶା l ବସରେ ତାରକା ହୋଟେଲ ସୁବିଧା l ଓଡ଼ିଶାରେ ପ୍ରଥମ ପର୍ଯ୍ୟଟନ ସେବା l ଶୁଭାରମ୍ଭ କଲେ ଉପ ମୂଖ୍ୟମନ୍ତ୍ରୀ କୋଣାର୍କ,୨୫।୧ ବସରେ ପର୍ଯ୍ୟଟକଙ୍କୁ ତାରକା ହୋଟେଲ ଭଳି ଅନୁଭୂତି ଦେବା ସହ ବିଳାସପୂର୍ଣ୍ଣ ଓ ସୁରକ୍ଷିତ ପର୍ଯ୍ୟଟନର ନୁଆ ଆଶା ନେଇ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଶୁଭ ଉଦଘାଟନ ହୋଇଛି ପ୍ରଥମ କାରାଭାନ ସେବା। ରବିବାର ପୂର୍ବାହ୍ନରେ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିକାଶ ଇକୋ ରିସର୍ଟ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହଭାଗିତାରେ ଏହି ସେବା ର ରୂପରେଖ ଦିଆଯାଇଛି। ୪ ସିଟ ଓ ୯ ସିଟ ବିଶିଷ୍ଟ ଦୁଇଟି ବସ ରେ ବିଳାସପୂର୍ଣ୍ଣ ଅତିଥେୟ ବ୍ୟବସ୍ଥା କରାଯାଇଛି। ଶୀତ ତାପ ନିୟନ୍ତ୍ରିତ ଏହି ବସ ମଧ୍ୟରେ ବିଳାସପୂର୍ଣ୍ଣ ଭାବେ ବସିବା ବ୍ୟବସ୍ଥା, ଶୋଇବା ବ୍ୟବସ୍ଥା, ଟିଭି ଶୌଚାଳୟ ସହ ଖାଦ୍ୟ ବ୍ୟବସ୍ଥା ରହିଛି। ଦିନିକିଆ ହିସାବରେ ପର୍ଯ୍ୟଟକ ମାନେ ବୁକ୍ କରି ସାରା ଓଡ଼ିଶାର କୋଣ ଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ପାରିବେ।

ପ୍ରଥମ ଦିନରେ ୧୩ ଜଣ ପର୍ଯ୍ୟଟକ ୨ଟି କାରାଭାନ ବସ୍ ବୁକିଙ୍କ କରି ପରିବାର ସହ କୋଣାର୍କରୁ ସାତକୋଶିଆ ଓ ଦେବ୍ରିଗଡ ଯାତ୍ରା କରିଛନ୍ତି। କାରାଭାନ ପର୍ଯ୍ୟଟନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ। ଏହା ନୂଆ ସମ୍ଭାବନାର ପର୍ଯ୍ୟଟନ ଆଣିଦେବ। ପର୍ଯ୍ୟଟକ ମାନଙ୍କ ପାଇଁ ବସ୍ ଭିତରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବିକାଶ ଗୃପର ମୂଖ୍ୟ ନିର୍ଦ୍ଦେଶକ ଭି ଶ୍ରୀନିବାସ, ବିଦ୍ୟା ବିକାଶ ଗ୍ରୁପ ଅଧକ୍ଷ ଜି ଭାସ୍କର ରାଓ, ବିକାଶ ରିସର୍ଟ ନିର୍ଦେଶକ ଗୌତମ ଅଗ୍ରୱାଲ, ଏମ ଲିଲା ଆନନ୍ଦ, ପୁରୀ ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।
