ଫେବୃଆରୀ ୧୨ ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ।
ବ୍ରହ୍ମପୁର – ଆଜି ସହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଶ୍ରମ କୋଡ଼ ବାତିଲ କର ଓ ଫସଲର msp ପାଇଁ ଅଇଁ ପ୍ରଣୟନ ଦାବିରେ ଆସନ୍ତା ଫେବୃଆରୀ ୧୨ ତାରିଖରେ ପ୍ରସ୍ତାବିତ ସର୍ଵ ଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଆସନ୍ତା ଫେବୃଆରୀ ୧ ତାରିଖ ଦିନ ପୁରୁଣା ବସଷ୍ଟାଣ୍ଡଠାରେ ଖୋଲା କନଭେନସନ କରିବା ସହିତ ପ୍ରଚାର ମିଟିଙ୍ଗ ଜିଲ୍ଲା ଵ୍ୟାପୀ ସଂଗଠିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏଥିରେ ପ୍ରଶାନ୍ତ ପାଟଯୋଶୀ,ଅଳକ ମିଶ୍ର, କାମଦେବ ପାହାନ, ରୋହିତ ବିଶୋଇ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଯୁଧିଷ୍ଠିର ବେହେରା, ଭୋକଲି ସେଠି, ସନ୍ତୋଷ ସାହୁ, ରାଜେନ୍ଦ୍ର ଦାସ ଓ ସତ୍ୟ ତ୍ରିପାଠୀ ପ୍ରମୁଖ AITUC, CITU, INTUC,HMS, AIUTUC ଓ TUCC ର ଜିଲ୍ଲା ନେତୃତ୍ୱ ଅଂଶଗ୍ରହଣ କରିଥିଲେ।ଆଜିର ଏହି ବୈଠକରେ ବରିଷ୍ଠ aituc ନେତା ପ୍ରଶାନ୍ତ ପାଟଯୋଶୀ ସଭାପତିତ୍ୱ କରିଥିଲେ।
