ଶିଶୁଙ୍କୁ ଉତ୍ତମ ଶିକ୍ଷା ପାଇଁ କ୍ୟାରିୟର ପରାମର୍ଶ ପ୍ରଶିକ୍ଷଣପୁର

ଶିଶୁଙ୍କୁ ଉତ୍ତମ ଶିକ୍ଷା ପାଇଁ କ୍ୟାରିୟର ପରାମର୍ଶ ପ୍ରଶିକ୍ଷଣପୁର। ୧୫/୦୪ : ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିଶୁଙ୍କୁ ଉତ୍ତମ ଶିକ୍ଷା ଓ ଆମ୍ନିର୍ଭରଣୀୟ ପାଇଁ କ୍ୟାରିୟର ପରାମର୍ଶ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସହଯୋଗରେ ଅନୁଷ୍ଠିତ ହୋଇୟାଇଛି। ଏହି କାର୍ଯ୍ୟକ୍ରମରେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲତାସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥ୍ ରୂପେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼. ଅଜିତ କୁମାର ମହାପାତ୍ର, ସମ୍ମାନିତ ଅତିଥ୍ ରୂପେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଦିପ୍ତା ଦାସ, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧ୍ୟକାରୀ ସନ୍ତୋଷ କୁମାର ସେଠ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧ୍ୟକାରୀ ଶୁଭନାରାୟଣ ଶତପଥୀ ପ୍ରଦୀପ ପ୍ରଭୂଳନ କରିଥିଲେ। ସଂଯୋଗର ମଞ୍ଚ ସଂଯୋଜିକା ରୂପାଳୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲତାସିଂହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶିଶୁଙ୍କ ପାଇଁ କ୍ୟାରିୟର କାଉନସେଲିଂ ବ୍ୟବସ୍ଥା, ବିଭିନ୍ନ ବୈଷୟିକ ଶିକ୍ଷା ସୟନ୍ଧରେ ଅବଗତ କରିବା ପାଇଁ ବିଷୟ ବିଶାରଦ ରୂପେ ପ୍ରେରଣାଦାୟକ ବକ୍ତା ରାମକିଶୋର ଶର୍ମା ଶିଶୁଙ୍କୁ ପରାମର୍ଶ ସେବା, କ୍ୟାରିୟର ଶିକ୍ଷା, ନିଯୁକ୍ତି, ରୋଜଗାର ଭିତ୍ତିକ ବୈଷୟିକ ପାଠ୍ୟକ୍ରମ ବିଷୟରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଥିବା ଶିଶୁ ଯଦ୍ ଅନୁଶାସନ ଅଣ୍ଡ ଅବୟ ମାନଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀ ଏବଂ ପୁଷ୍ଠପୋଷକତା ଗ୍ରହଣ କରିଥିବା ମୋଟ ୧୦ ଜଣ ଛାତ୍ରଛାତ୍ରୀ, ସଂପୃକ୍ତ ଅନୁଷ୍ଠାନର ଅଧ୍ୟାକ୍ଷ, ସମ୍ପାଦକ, ପରାମର୍ଶଦାତା।ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଶେଷରେ ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧ୍ୟକାରୀ ସ୍ନିଗ୍ଧାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *