ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୨ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଛି। ଗତଥର ଅପେକ୍ଷା ଚଳିତ ଥର ପାସ ହାର୍‌ କମ୍‌ ରହିଥିବା ଜଣାପଡ଼ିଛି। ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୬ ପ୍ରତିଶତ ଅଧିକ ରହିଛି। ଚଳିତବର୍ଷ ଛାତ୍ରୀଙ୍କ ପାସ୍‌ ହାର ୯୦.୬୮% ଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୮୪.୬୭% ରହିଛି। ୯୯.୯୧ ପ୍ରତିଶତ ରେଜଲ୍ଟ ରଖି ଥିରୁଭାନନ୍ତପୁରମ୍‌ ଶୀର୍ଷରେ ରହିଛି।

ଛାତ୍ରୀଛାତ୍ର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ବ୍ୟବହାର କରି ଫଳାଫଳ Cbse.nic.in, cbseresults.nic.in କିମ୍ବା digilocker.gov.inରେ ସେମାନଙ୍କର ମାର୍କ ଯାଞ୍ଚ କରିପାରିବେ।
ଛାତ୍ରମାନଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି। ଯାହା digilocker.gov.inରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହାଫଳରେ ଫଳାଫଳ ଘୋଷଣା ହେବା ପରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ। ବୋର୍ଡ ମଧ୍ୟ ଆଇଭିଆର୍‌ଏସ୍‌ ଏବଂ ଏ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ପ୍ରଦାନ କରିପାରିବ।

Leave a Reply

Your email address will not be published. Required fields are marked *