କାଲିଫର୍ନିଆରେ ଭୂକମ୍ପ, ତୀବ୍ରତା ୫.୫

ଓ୍ବାଶିଂଟନ,୧୨ା୫: ଶୁକ୍ରବାର ସକାଳେ ଆମେରିକାର କାଲିଫର୍ନିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା  ୫.୫ ବୋଲି ଆକଳନ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, କାଲିଫର୍ନିଆର ପୂର୍ବ ଉପକୂଳଠାରୁ ୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି।

ଏହି ଭୂକମ୍ପର ଗଭୀରତା ୧.୫ କିଲୋମିଟର ଥିଲା। ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ଆସିନାହିଁ। ଭାରତୀୟ ସମୟ ଅନୁଯାୟୀ, ମେ’ ୧୨ରେ ଭୋର୍‌ ୪.୩୦ରେ ଏହି ଭୂକମ୍ପ ହୋଇଥିଲା। କାଲିଫର୍ନିଆର ପ୍ଲମାସ ଜିଲାର ପ୍ରାଟଭିଲରେ ଏହି ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ଯଥାକ୍ରମେ ୪୦.୨୦୪ ଡିଗ୍ରୀ ଏନ୍‌ ଏବଂ ୧୨୧.୧୧୦ ଡିଗ୍ରୀ ଡବ୍ଲ୍ୟୁ ଥିଲା।

Leave a Reply

Your email address will not be published. Required fields are marked *