ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି
ସିବିଏସଇ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ଯାଜପୁର ଏଥିସହ ଟପରରେ ବିଶ୍ଵଜିତ୍ ଦାଶ ଯାଜପୁର/ବ୍ୟାସନଗର;୧୬/୦୪ (ବ୍ୟୁରୋ): ପ୍ରକାଶ ପାଇଛି ୨୦୨୫-୨୬ ଶିକ୍ଷାବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ ଦଶମ ପାସ ହାର ୯୯.୧୦% ପ୍ରତିଶତ ରହିଛି ।

ତେବେ ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”ର ଛାତ୍ର ଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେ ୧୦୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବିଶ୍ଵଜିତ୍ ଦାଶ ୯୯ % ,ପୁରୁଜିତ୍ ପାଢ଼ୀ ୯୮.୫% , ଆଭାସ ବର୍ମା ୯୮% ,ପ୍ରଶ୍ନଜିତ୍ ମିଶ୍ର ୯୮%, ଶୁଭ୍ରାଂଶୁ ଶେଖର ସାହୁ ୯୮% ରଖି ଗୌରବ ହାସିଲ କରିଛନ୍ତି। ୯୦%ଉର୍ଦ୍ଧ୍ବ ନମ୍ୱର୍ ରଖି ୬୨ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।
