ଏପ୍ରିଲ୍ ପୂର୍ବରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ନ କରିବାକୁ ସିବିଏସ୍ଇର ଚେତାବନୀ

ନୂଆଦିଲ୍ଲୀ : ଏପ୍ରିଲ୍ ପୂର୍ବରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରିବା ନେଇ କିଛି ସ୍କୁଲକୁ ଚେତାବନୀ ଦେଇଛି ସିବିଏସ୍ଇ। ବୋର୍ଡ କହିଛି ଯେ ପାଠପଢ଼ା ଶୀଘ୍ର ଆରମ୍ଭ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ପଡ଼ିବ । କିଛି ସ୍ବୀକୃତିପ୍ରାପ୍ତ ସ୍କୁଲ ଏବେଠୁ ହିଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବା ପରେ ସିବିଏସ୍ଇ ଏହି ଚେତାବନୀ ଦେଇଛି।

ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ ଏ ବାବଦରେ ଜାରି ଏକ ସରକାରୀ ଆଦେଶରେ କହିଛନ୍ତି ଯେ ଚଳିତ ବର୍ଷ କିଛି ସ୍କୁଲ ସେମାନଙ୍କ ଏକାଡେମିକ୍ ସେସନ୍ ଆରମ୍ଭ କରିସାରିଛନ୍ତି। କମ୍ ସମୟ ମଧ୍ୟରେ ପୁରା ପାଠ୍ୟକ୍ରମକୁ କଭର୍ କରିବାକୁ ଚେଷ୍ଟା କରିବା ଦ୍ବାରା ଛାତ୍ରମାନଙ୍କ ଉପରେ ବହୁତ ବୋଝ ରହିବ | ସେମାନେ ଚିନ୍ତା ଏବଂ ବର୍ନଆଉଟ୍ ର ଶିକାର ହୋଇପାରନ୍ତି | ସ୍କୁଲ୍ ଗୁଡ଼ିକ ଏପ୍ରିଲ୍ ପୂର୍ବରୁ ପାଠପଢ଼ା ଆରମ୍ଭ କରିବା ଉଚିତ୍ ନୁହେଁ ବୋଲି ସିବିଏସ୍ଇ କହିଛି ।

ସିବିଏସ୍ଇ ସମ୍ପ୍ରତି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା କରୁଛି | ଏହି ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇଥିଲା । ମାର୍ଚ୍ଚ ୧୦ରେ ଦଶମ ବୋର୍ଡ ପରୀକ୍ଷା ଶେଷ ହେବ | ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ୍ ୫ରେ ସରିବ ।

Leave a Reply

Your email address will not be published. Required fields are marked *