ଶ୍ରୀମନ୍ଦିରରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ୪ଜଣ ସେବାୟତଙ୍କୁ ସଂଘବଦ୍ଧ ଆକ୍ରମଣ। ପୁରୀ ଟାଉନ ଥାନା ଅନ୍ତର୍ଗତ ଗୁଡିଆ ସାହିରେ ହୋଇଛି ଆକ୍ରମଣ। ଭୁଜାଲି ଚୋଟରେ ଜଣେ ସେବାୟତ ଆହତ ହୋଇଥିବା ବେଳେ ଅନ୍ୟ ତିନିଜଣଙ୍କୁ ଗୋଟାଳିରେ ପିଟିଛନ୍ତି ଆକ୍ରମଣକାରୀ। ଆହତ ସେବାୟତ ମାନେ ହେଉଛନ୍ତି ଗୁଡିଆ ସାହିର ମଧୁସୂଦନ ପତ୍ରୀ, କାଶୀନାଥ ପ୍ରତିହାରୀ, ବଟକୃଷ୍ଣ ମହାପାତ୍ର ଓ ରାଜନ ପୂଜାପଣ୍ଡା। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ତେବେ ଭୁଜାଲି ଚୋଟରେ ମଧୁସୂଦନଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀ ମାନେ ଫେରାର ଥିବା ଜଣାପଡିଛି। ତେବେ ମଧୂସୁଦନଙ୍କ କହିବାନୁଯାୟୀ ଗତକାଲି ଶଙ୍କରେଶ୍ବର ପୀଠରେ ସେମାନେ ଭୋଜି ସାରି ରାତିରେ ଫେରୁଥିବା ସମୟରେ କାଶୀନାଥଙ୍କ ଘର ସମ୍ମୁଖରେ ପ୍ରାୟ ୧୫ ଜଣ ଯୁବକ ସେମାନଙ୍କୁ ଘେରି ଯାଇ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ମଧୂସୁଦନଙ୍କୁ ସଦର‌ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ଆକ୍ରମଣକାରୀ ମାନେ ଶ୍ରୀମନ୍ଦିରରେ ଗୁମାସ୍ତା ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *