“ନୂଆଁଖାଇ” ପାଳନ

ଜିଲ୍ଳା ସଂସ୍କୃତି ପରିଷଦ, ପୁରୀର ଆନୁକୂଲ୍ୟରେ ପଶ୍ଚିମ ଓଡିଶାର ଗଣପର୍ବ “ନୂଆଁଖାଇ” ପାଳନ ଆଜି ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗର ବିଖ୍ୟାତ ସାଂସ୍କୃତିକ ଅନୁଷ୍ଠାନ “ପଲ୍ଲବୀ”ପକ୍ଷରୁ ଗୁରୁ ପବିତ୍ର ପରିଡାଙ୍କ ସଂଯୋଜନାରେ ନୂଆଁଖାଇ ଉପରେ ଆଧାରିତ ନୃତ୍ୟ ପଦର୍ଶନ କରାଯାଇଥିଲା ଏତଦବ୍ୟତୀତ ଗୁରୁ ଜଗନ୍ନାଥ ମିଶ୍ରଙ୍କ ସଂଯୋଜନାରେ,ଲିଙ୍ଗରାଜ କଳା ନିକେତନ, ପୁରୀ ପକ୍ଷରୁ ସୁନ୍ଦର ସୁନ୍ଦର ସମ୍ବଲପୁରୀ ଓ ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ପୁରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *